ପିଟିସନ ଖାରଜ :
ଇଡିର ସମସ୍ତ କ୍ଷମତାକୁ କାଏମ ରଖିଲେ ସୁପ୍ରିମକୋର୍ଟ

0 71

ନୂଆଦିଲ୍ଲୀ: ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଗିରଫ କ୍ଷମତାକୁ ଚ୍ୟାଲେଞ୍ଜ କରି ଆଗତ ହୋଇଥିବା ଆବେଦନ ବା ପିଟିସନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଫଳରେ ଇଡିକୁ ଏହି ମାମଲାରେ ବଡ଼ ଆଶ୍ୱସ୍ତି ମିଳିଛି । ଇଡି ବିରୋଧରେ ତଦନ୍ତ,ସର୍ଚ୍ଚ,ସିଜ୍‌ ଓ ଗିରଫଦାରୀ କ୍ଷମତା ଅବୈଧାନିକ ବୋଲି ଦର୍ଶାଯାଇ ଆବେଦନ ହୋଇଥିଲା । ତେବେ ଇଡିର ସମସ୍ତ କ୍ଷମତାକୁ କୋର୍ଟ ଆଜି ଶୁଣାଣି ସମୟରେ କାଏମ ରଖିଛନ୍ତି । ଇଡିକୁ ପ୍ରାପ୍ତ ହୋଇଥିବା ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ(ପିଏମଏଲଏ)କୁ କୋର୍ଟ କାଏମ ରଖିଛନ୍ତି । ଜଷ୍ଟିସ୍‌ ଏମ ଖାନ୍‌ୱିଲିକରଙ୍କ ଅଧ୍ୟକ୍ଷତାରେ ମାମଲାର ଶୁଣାଣି ହୋଇଥିଲା । ଆବେଦନକାରୀ ଅଭିଯୋଗ କରିଥିଲେ ଯେ ମନିଲଣ୍ଡରିଂ ମାମଲାର ଅଭିଯୁକ୍ତଙ୍କୁ ଘଟଣା ବିଷୟରେ ନଜଣାଇ ହଠାତ୍‌ ଗିରଫ କରାଯିବା ଅସାମ୍ବିଧାନିକ । ସେହିପରି ଜବତ ହୋଇଥିବା ସମ୍ପତ୍ତି ସମ୍ପର୍କିତ ଇଡି ବୟାନ ରେକର୍ଡ କରିବା ସହ ବିନା ଅବଗତରେ ଫାଇନ ଆଦାୟ କରୁଛି । ତେବେ ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ସେହିପରି ଏନଫୋର୍ସମେଣ୍ଟ କ୍ୟାସ ଇନଫରମେଶନ ରିପୋର୍ଟ(ଇସିଆଇଆର) ହେଉଛି ଏକ ଆଭ୍ୟନ୍ତରୀଣ ଡକ୍ୟୁମେଣ୍ଟ । ଏହାକୁ ସାର୍ବଜନୀନ କରିବା ଆବଶ୍ୟକ ନାହିଁ ବୋଲି କୋର୍ଟ କହିଛନ୍ତି । ଆବେଦନନକାରୀ କହିଥିଲେ ଯେ, ଇସିଆଇଆର ହେଉଛି ଏତଲା କପି ସହ ସମାନ । ତେଣୁ ଏହାର କପି ଗୋଟିଏ ଅଭିଯୁକ୍ତଙ୍କୁ ଦେବା ଦରକାର । ହେଲେ କୋର୍ଟ ଏହି ଯୁକ୍ତିକୁ ଖାରଜ କରିଦେଇଥିଲେ । ଇଡିର ରେଡ୍‌ ପ୍ରସଙ୍ଗକୁ ନେଇ ଅଭିଯୁକ୍ତର ବଞ୍ଚିବାର ଅଧିକାର ଏବଂ ସମାନ ଅଧିକାରକୁ କ୍ଷୁର୍ଣ୍ଣ ହେଉଥିବା ଦର୍ଶାଯାଇଥିଲା । ଏହି ମାମଲାରେ କନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ହାଜର ହୋଇଥିଲେ । ଦୁର୍ନୀତି ରୋକିବାରେ ଇଡିକୁ ପ୍ରାପ୍ତ ପିଏମଏଲଏ କ୍ଷମତା ଯଥାର୍ଥ ବୋଲି ସେ ଯୁକ୍ତି ଉପସ୍ଥାପନ କରିଥିଲେ । ସେହିପରି ୨୦୦୨ ମସିହା ପୂର୍ବରୁ ଥିବା ମାମଲାରେ ପିଏମଏଲଏ ଲାଗୁ କରିବା ଅସାମ୍ବିଧାନିକ ବୋଲି ଆବେଦନ କରାଯାଇଥିଲା । ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ ।

hiranchal ad1
Leave A Reply

Your email address will not be published.

nine − 3 =