ପାଟଣାଗଡ଼ : ଆଜି ପାଟଣାଗଡ଼ ବ୍ଳକ କେନ୍ଦୁମୁଣ୍ଡି ପଞ୍ଚାୟତ ଫୁଡକୁପଡା ଗାଁରେ ଜମି ବିବାଦକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳରେ ଜଣେ ଭାଇଙ୍କ ହାତ କଟିଥିବା ଜଣାପଡିଛି । ପରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଆଜି ଜମି ବିବାଦକୁ ଦୁଇ ପରିବାର ମଧ୍ୟରେ ଝଗଡା ହୋଇଥିଲା । ସନ୍ତୋଷ ଧରୁଆ ଓ ତାଙ୍କ ପୁଅ ନବୀନ ଧରୁଆ ନିଜ ଜମି ଚାଷ କରୁଥିବା ସମୟରେ ତାଙ୍କ ସମ୍ପର୍କୀୟ ଭାଇ କଳାକାହ୍ନୁ ମାଝି, ଡିଲେ ମାଝି, ଚମାର ମାଝି ଓ ଅନନ୍ତ ମାଝି ପହଞ୍ଚି ଥିଲେ । ଏହା ପରେ ସେମାନେ ଆତର୍କିତ ଭାବରେ ଟାଙ୍ଗିଆରେ ସନ୍ତୋଷଙ୍କ ଉପରେ ଆକ୍ରମଣ କରିଥିଲେ । କଳାକାହ୍ନୁ, ଡିଲେ, ଚମାର ଓ ଅନନ୍ତ ୪ ଜଣ ମିଶି ସନ୍ତୋଷକୁ ଯାବୁଡି ଧରି ଟାଙ୍ଗିଆରେ ଡାହାଣ ହାତ କାଟି ଦେଇଥିଲେ । ଘଟଣାସ୍ଥଳରୁ ପରିବାର ଲୋକେ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନକୁ ଆଣିଥିଲେ । ସନ୍ତୋଷଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଡାକ୍ତରଖାନାକୁ ସ୍ଥାନନ୍ତର କରିଥିବା ବେଳେ ସନ୍ତୋଷ ଙ୍କ ମୃତ ଘଟିଥିବା ସୂଚନା ମିଳିଛି । ୪ ଜଣ ଅଭିଯୁକ୍ତକୁ ପାଟଣାଗଡ଼ ପୁଲିସ ଅଟକ ରଖି ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ଅନନ୍ତ ପ୍ରଧାନଙ୍କଠାରୁ ସୂଚନା ମିଲିଛି ।