ନବରଙ୍ଗପୁର/ଉମରକୋଟ: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଉକ୍ତ ଫଳାଫଳ ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଗୁରୁକୃପା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫଳାଫଳର ଇତିହାସକୁ ଦୋହରାଇ ଶତ ପ୍ରତିଶତ ସଫଳତା ହାସଲ କରିଛି ।
ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଅନୁଷ୍ଠାନରେ ବିଜ୍ଞାନ ବିଭାଗରେ ସର୍ବ ମୋଟ ୭୫ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୪ ଜଣ ପ୍ରଥମ ଶ୍ରେଣୀରେ ଓ ୧୬ ଜଣ ଦ୍ୱିତୀୟ ଶ୍ରେଣୀରେ ଓ ତୃତୀୟ ଶ୍ରେଣୀରେ ୫ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ସଫଳତା ଅର୍ଜନ କରିଛନ୍ତି । ସୁଶ୍ରୀ ଅରୋଶ୍ରୀ ଶିବାନୀ ୫୪୩(୯୦.୫୦%) ନମ୍ବର ରଖି ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି । ଅନୁଷ୍ଠାନର ଏହି ଅପାର ସଫଳତା ନିମନ୍ତେ ଗୁରୁକୃପା ଅନୁଷ୍ଠାନର ସଭାପତି ମନୋଜ କୁମାର ପାଢ଼ୀ, ସମ୍ପାଦିକା ଶ୍ରୀମତୀ ସାଗରିକା ପଟ୍ଟନାୟକ, ଅଧ୍ୟକ୍ଷ ସୁଧାଂଶୁ ଶେଖର ଟହଲ ତଥା ଗୁରୁକୃପା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଜୟା ତ୍ରିପାଠୀ ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.