ପୁରୀ : ସାଇବର ଠକେଇର ଶିକାର ହେଇଛନ୍ତି ଜଣେ ମହିଳା । ବ୍ୟାଙ୍କ ଆକାଉଣ୍ଟରେ ପ୍ୟାନ ଲିଙ୍କ୍ ହୋଇ ନଥିବା କହି ଲକ୍ଷାଧିକ ଟଙ୍କା ଲୁଟି ନେଲେ ସାଇବର ଠକ୍ । ଏଭଳି ଏକ ଘଟଣା ଘଟିଛି ପୁରୀ ପେଣ୍ଠକଟା ଅଧୀନ ସଦର ବ୍ଲକ ଅଞ୍ଚଳ ଜଣେ ପୋଲିସ ବାବୁଙ୍କ ପତ୍ନୀଙ୍କ ସହ । ପ୍ରିୟଙ୍କା କାନୁନଗୋ ନାମକ ଜଣେ ମହିଳାଙ୍କୁ ଏକ ଫୋନ୍ କଲ୍ ଆସିଥିଲା । ସେ ବ୍ୟାଙ୍କର କର୍ମଚାରୀ କହି ଓଡ଼ିଆରେ ପ୍ରିୟଙ୍କା ସହ କଥା ହୋଇଥିଲେ ଏବଂ ବ୍ୟାଙ୍କ୍ ଆକାଉଣ୍ଟ ସହ ପ୍ୟାନ କାର୍ଡ ଲିଙ୍କ ହୋଇନି ବୋଲି କହିଥିଲା ।
ଏହାପରେ ପ୍ରିୟଙ୍କାଙ୍କୁ ଏକ ଚାରି ଡିଜିଟର ଓଟିପି ଦେଇଥିଲା । ଏହି କୋଡ ପ୍ରିୟଙ୍କା ଉକ୍ତ ଯୁବକକୁ ଦେଇ ସାରିବା ପରେ ତାଙ୍କ ଆକାଉଣ୍ଟରୁ ଏକଲକ୍ଷ ୧୪ ସହ ୭୪ ଟଙ୍କା କଟି ଯାଇଥିଲା । ପ୍ରିୟଙ୍କାଙ୍କ ନିକଟକୁ ସଙ୍ଗେ ସଙ୍ଗେ ୯ ଟି ମେସେଜ୍ ଆସିଥିଲା । ଏହି ମେସେଜ ପ୍ରିୟଙ୍କା ପାଇବା ପରେ ସଙ୍ଗେ ସଙ୍ଗେ ନିକଟସ୍ଥ ବ୍ୟାଙ୍କକୁ ଯାଇ ମିନି ଷ୍ଟେଟମେଣ୍ଟ ଆଣିବା ସହ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇଥିବା ବେଳେ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ଅତିରିକ୍ତ ଏସପି ମିହିର ପଣ୍ଡା ।