ସିରିଜ ବିଜୟ ପରେ ଯୁବ ଖେଳାଳିଙ୍କୁ ପ୍ରଶଂସା କଲେ ଧାୱନ, କହିଲେ ଏହି ବଡ କଥା

0 102

ନୂଆଦିଲ୍ଲୀ : ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୧୧୯ ରନ୍‌ ବିଜୟ ପରେ ଭାରତୀୟ ଦଳର ଅଧିନାୟକ ଶିଖର ଧାୱନ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ବହୁତ ଖୁସି ଅଛନ୍ତି । ଧାୱନ ଯୁବ ଖେଳାଳିଙ୍କୁ ପ୍ରଶଂସା କରିବା ସହ କହିଛନ୍ତି ଯେ ସେମାନେ ବହୁତ ପରିପକ୍ୱ ପ୍ରଦର୍ଶନ କରିଛନ୍ତି ।
ଶୁଭମାନ ଗିଲଙ୍କ ୯୮ ଏବଂ ଅଧିନାୟକ ଧାୱନଙ୍କ ଅର୍ଦ୍ଧଶତକ ଯୋଗୁଁ ଭାରତ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ୩୬ ଓଭରରେ ୩ ୱିକେଟ୍‌ ହରାଇ ୨୨୫ ରନ୍‌ ସଂଗ୍ରହ କରିଥିଲା । ଏହାର ଜବାବରେ ସିରାଜ, ଠାକୁର ଏବଂ ଚହଲଙ୍କ ଲକ୍ଷ୍ୟ ଭେଦୀ ବୋଲିଂ ଯୋଗୁଁ ଡାକୱର୍ଥ-ଲୁଇସ୍‌ ପଦ୍ଧତି ଅନୁଯାୟୀ ୱେଷ୍ଟଇଣ୍ଡିଜ୍କୁ ୧୧୯ ରନ୍‌ରେ ପରାସ୍ତ କରିବାରେ ସକ୍ଷମ ହୋଇଛି ।
ମ୍ୟାଚ୍‌ ପରେ ଶିଖର ଧାୱନ କହିଛନ୍ତି, ଆମେ ଖେଳାଳିମାନେ ଯୁବା ଅଛନ୍ତି କିନ୍ତୁ ବହୁତ ପରିପକ୍ୱତା ସହିତ ଖେଳିଲେ । ସେମାନେ ଯେଉଁଭଳି ଭାବେ ପଡିଆରେ ଖେଳ ପ୍ରଦର୍ଶନ କଲେ ସେଥିପାଇଁ ମୁଁ ଗର୍ବିତ । ଏହା ଆମ ପାଇଁ ଏକ ଭଲ ସଙ୍କେତ । ମୁଁ ମୋର ଫର୍ମକୁ ନେଇ ଖୁସି ଅଛି ।ମୁଁ ଦୀର୍ଘ ସମୟ ଧରି ଏହି ଫର୍ମାଟ୍‌ ଖେଳୁଛି । ପ୍ରଥମ ଦିନିକିଆରେ ମୁଁ ଯେଉଁଭଳି ଖେଳିଥିଲି ସେଥିରେ ମୁଁ ଖୁସି ଥିଲି ଏବଂ ଆଜି ମଧ୍ୟ ମୁଁ ମୋର ପ୍ରଦର୍ଶନକୁ ନେଇ ଖୁସି । ଗିଲ୍‌ ଯେପରି ଢଙ୍ଗରେ ୯୮ ରନ୍‌ ସ୍କୋର କରିଥିଲେ ତାହା ଆଶ୍ଚର୍ଯ୍ୟଜନକ ଥିଲା ।
ସେ ଆହୁରି କହିଛନ୍ତି, “ସମସ୍ତ ଯୁବ ଖେଳାଳି ଯେଉଁଭଳି ପ୍ରଦର୍ଶନ କରିଛନ୍ତି ତାହା ଆଶ୍ଚର୍ଯ୍ୟଜନକ ଥିଲା । ସେମାନେ ପରିପକ୍ୱ ଦେଖାଯାଉଥିଲେ । ଆମେ ଏଠାରେ ଭାଗ୍ୟବାନ ମନେ କରୁଛୁ, ଆମେ ଦର୍ଶକଙ୍କୁ ଧନ୍ୟବାଦ ଦେଉଛୁ । ସେମାନେ ଆମକୁ ଅଧିକ ଲୋକପ୍ରିୟ କରାଇଛନ୍ତି । ମୋର ବୋଲିଂ ୟୁନିଟ୍‌ ପାଇଁ ମୁଁ ଗର୍ବିତ, ସେମାନେ ସେମାନଙ୍କର ୧୦୦ ପ୍ରତିଶତ ଦେଇଛନ୍ତି । ଯେଉଁଭଳି ଭାବରେ ସିରାଜ ପ୍ରଥମ ଦୁଇଟି ୱିକେଟ୍‌ ନେଇଥିଲେ ଏବଂ ଶାର୍ଦ୍ଦୁଲ ଏବଂ ଅନ୍ୟମାନେ ବୋଲିଂ କରିଥିଲେ ।

hiranchal ad1
Leave A Reply

Your email address will not be published.

seventeen − fifteen =