ବୌଦ୍ଧ : ଶିକ୍ଷା ପାଇଁ ନାମଲେଖାରେ ଓବିସି ବର୍ଗଙ୍କୁ ସଂରକ୍ଷଣ ଦେବା ଦେବାରେ ବୌଦ୍ଧ ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସଭାପତି ପୂର୍ଣ୍ଣଚନ୍ଦ୍ର ଗାଈଗୌରୀଆଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳଙ୍କ ସହିତ ଜିଲ୍ଳାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ ।
ସମ୍ବିଧାନର ବିଧି ବ୍ୟବସ୍ଥା ମଧ୍ୟରେ ସମଗ୍ର ଦେଶରେ ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ଶିକ୍ଷାନୁଷ୍ଠାନମାନଙ୍କରେ ୨୭ଭାଗ ସଂରକ୍ଷଣ ପ୍ରାବଧାନ କରି କେନ୍ଦ୍ର ସରକାର କାର୍ଯ୍ୟ କରି କରିଛନ୍ତି । କିନ୍ତୁ ଓଡ଼ିଶା ସରକାର ଆଜି ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଗ୍ରହଣ କରି ନାହାନ୍ତି । ଏଣୁ ଓଡ଼ିଶା ସରକାରଙ୍କୁ ନିବେଦନ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ବିଚାର କରି ପାଛୁଆ ବର୍ଗର ଛାତ୍ରଛାତ୍ରୀମାନଙ୍କ ଉନ୍ନତୀ ନିମନ୍ତେ ସେମାନଙ୍କ ନାମ ଲେଖା ସଂରକ୍ଷଣକୁ ସୁନିଶ୍ଚିତ କରିବା ପାଇଁ ମହାମହିମ ରାଜ୍ୟପାଳ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଦାବି କରି ଏହି ସ୍ମାରକ ପତ୍ର ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସହିତ ବହୁଦଳୀୟ ନେତୃବୃନ୍ଦ ସର୍ବଶ୍ରୀ ବିକାଶ ମହାକୁଡ, ଶମ୍ଭୁ ପ୍ରଧାନ, ପଦ୍ମ କିଶୋର ନାଇକ, କୁନା ମହାର, ତାପସ କୁମାର ପଟ୍ଟନାୟକ, ପ୍ରେମାନନ୍ଦ ମିଶ୍ର, ଓବିସି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପ୍ରମୁଖ ସାମିଲ ହୋଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post