ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ବୌଦ୍ଧ ଆନୁକୂଲ୍ୟରେ ଚାରା ରୋପଣ

0 113

ଜହ୍ନାପଙ୍କ : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ବୌଦ୍ଧ ଆନୁକୂଲ୍ୟରେ ପଦ୍ମନପୁର ପଂଚାୟତ ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ର ହାଇସ୍କୁଲ ବୁଢୀପଦର ସ୍କୁଲ ପରିସରରେ ଚାରା ରୋପଣ ସହିତ ପରିବେଶ ସୁରକ୍ଷା ଓ ଆମର ଦାୟିତ୍ୱ ନେଇ ଏକ ଆଲୋଚନା ସଭାର ଆୟୋଜନ ହୋଇଥିଲା । ବ୍ରହ୍ମକୁମାରୀ କେନ୍ଦ୍ର ସଞ୍ଚଳିକା ବିକେ ମାମିନା ଭଉଣୀ ଆଧ୍ୟାତ୍ମିକ ଜ୍ଞାନର ମୂଲ୍ୟକୁ ଉପଲବଧି କରି ନିଜକୁ ଅବଗୁଣ, ଅସତ ବିଚାର, ପରଚିନ୍ତନରୁ ମୁକ୍ତକଲେ ମନରେ ଏକାଗ୍ରତା ଆସିବ ଓ ପାଠପଢି ଏକ ଆଦର୍ଶ ଛାତ୍ରଛାତ୍ରୀ ହୋଇପାରିବା ସହିତ ସମାଜ, ପରିବେଶ ପରିବର୍ତ୍ତନର ଉତ୍ତରଦାୟିତ୍ୱ ନେଇପାରିବେ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ବି କେ ସ୍ନେହଲତା ପୁରୋହିତ ପରିବେଶ ଦୂଷିତର ଅନେକ କାରଣ ଓ ନିବାରଣ ସମ୍ବଦ୍ଧରେ ବର୍ଣ୍ଣନା କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଶାନ୍ତ ପରିଡା ପରିବେଶ ସୁରକ୍ଷା ସହିତ ବୃକ୍ଷ କିପରି ନିଜ ଜୀବନ ସହିତ ଜଡିତ ଓ ଏହାର ମହତ୍ୱ ସମ୍ବନ୍ଧରେ କହିଥିଲେ । ବି କେ ସରୋଜ ଭାଇ କଳ୍ପତରୁ ପ୍ରକଳ୍ପ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,କର୍ମଚାରୀ ଓ ଛାତ୍ର ଛାତ୍ରୀମାନେ ଭାଗ ନେଇଥିଲେ ।

hiranchal ad1
Leave A Reply

Your email address will not be published.

nineteen + nineteen =