ମିଡିଆକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ :
ନିଜ ସୀମା ଭିତରେ ରହି କାର୍ଯ୍ୟ କର

0 108

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ଗଣମାଧ୍ୟମ ତଥା ମିଡିଆର କାର୍ଯ୍ୟକଳାପକୁ ନେଇ ସୁପ୍ରିମକୋର୍ଟ ଘୋର ଅସନ୍ତୋଷ ଓ କ୍ଷୋଭ ପ୍ରକାଶ କରି ଆସୁଛନ୍ତି । ମିଡିଆ ଅନେକ ଘଟଣାରେ ଯେଭଳି କାର୍ଯ୍ୟ କରୁଛି,ତାହା ଅତ୍ୟନ୍ତ ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ ବୋଲି କୋର୍ଟ ମନ୍ତବ୍ୟ ଦେଇଥିବା ବେଳେ ଆଜି ପ୍ରସଙ୍ଗକ୍ରମେ ମିଡିଆକୁ ଏହାର କାର୍ଯ୍ୟଶୈଳୀ ନେଇ ସତର୍କ କରାଇଦେଇଛନ୍ତି । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଏକପାଖିଆ ରିପୋର୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ବିଶେଷ କରି ଗୋଟିଏ ନ୍ୟୁଜ ରିପୋର୍ଟରେ ବିଚାରପତିଙ୍କୁ ଟର୍ଗେଟ କରଯାଇଥିବାରୁ ସୁପ୍ରିମକୋର୍ଟ ମିଡିଆକୁ ସୀମା ଭିତରେ ରହିବାକୁ ପରାମର୍ଶ ଦେଇଛନ୍ତି । ବିଚାରପତିଙ୍କୁ ଟାର୍ଗେଟ କରିବାର ଗୋଟିଏ ସୀମା ରହିଛି । ତା’ ମଧ୍ୟରେ ରହି ଆପଣମାନେ ସବୁ କାମ କରନ୍ତୁ ବୋଲି କୋର୍ଟ କହିଛନ୍ତି । ବିଭିନ୍ନ ଖ୍ରୀଷ୍ଟିଆନ ସଂପ୍ରଦାୟର ଅନୁଷ୍ଠାନ ଉପରେ ଆକ୍ରମଣ ଘଟଣା ବଢୁଥିବା ବେଳେ ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି । କିନ୍ତୁ କୋର୍ଟ ଏହାର ଶୁଣାଣିରେ ବିଳମ୍ବ କରିଥିବାରୁ ଗୋଟିଏ ମିଡିଆ ସଂସ୍ଥା ବିଚାରପତିଙ୍କୁ ପରୋକ୍ଷରେ ଟାର୍ଗେଟ କରିଥିଲା । ଆଜି ଉକ୍ତ ଆବେଦନର ଶୁଣାଣି ବେଳେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ମିଡିଆର ଏଭଳି କାର୍ଯ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି,“ଗତଥର ଏହି ଆବେଦନର ଶୁଣାଣି ହୋଇ ପାରି ନଥିଲା । କାରଣ ମୁଁ କୋଭିଡରେ ଆକ୍ରାନ୍ତ ଥିଲି । ହେଲେ ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ ସୁପ୍ରିମକୋର୍ଟ ଶୁଣାଣିରେ ବିଳମ୍ବ କରୁଛନ୍ତି । କିନ୍ତୁ ମନେ ରଖନ୍ତୁ, ବିଚାରପତିଙ୍କୁ ଟାର୍ଗେଟ କରିବା ପାଇଁ ଆପଣମାନଙ୍କ ପାଖରେ ନିର୍ଦ୍ଦିଷ୍ଟ ସୀମା ରହିଛି । କିଏ ଏହି ନ୍ୟୁଜସବୁ ଏଠାରୁ ବାହାରକୁ ଦେଉଛି;ଅନଲାଇନରେ ମୁଁ ନ୍ୟୁଜ ଦେଖିଲା ବେଳକୁ ବିଚାରପତି ଶୁଣାଣିକୁ ବିଳମ୍ବିତ କରୁଥିବା ଲେଖାଯାଇଛି । ଗତଥର ଜଣେ ବିଚାରପତି କୋଭିଡରେ ଆକ୍ରାନ୍ତ ଥିବାରୁ ମାମଲାର ଶୁଣାଣି କରାଯାଇ ପାରି ନଥିଲା । ସେ ଯାହା ବି ହେଉ,ଆମେ ଶୁଣାଣି ପାଇଁ ଏହାକୁ ତାଲିକାଭୁକ୍ତ କରୁଛୁ । ନ ହେଲେ ପୁଣି ଗୋଟିଏ ନ୍ୟୁଜ ରିପୋର୍ଟ ପ୍ରକାଶ ପାଇବ ।”

hiranchal ad1
Leave A Reply

Your email address will not be published.

one × five =