ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0 80

ଘୁ. ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତରେ ୨୭.୦୭.୧୯୯୫ ମସିହାରେ ପ୍ରତିଷ୍ଠା ହୋଇଥିବା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ସ୍କୁଲରୁ ପାଠ ପଢ଼ି ବହୁ ଛାତ୍ର ଛାତ୍ରୀ ଆଜି ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ଉଦାହରଣ ରହିଛି । ତାହାର ଏକ ଜ୍ୱଳନ୍ତ ଉଦାହରଣ ବର୍ତ୍ତମାନର ସ୍ଥାନୀୟ ସରପଞ୍ଚ ଏବଂ ସମିତି ଉପାଧ୍ୟକ୍ଷ ମଧ୍ୟ ଏହି ସ୍କୁଲର ପ୍ରାକ୍ତନ ଛାତ୍ର ଅଟନ୍ତି । ସମଗ୍ର ବ୍ଲକ ଅନ୍ତର୍ଗତ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୩ଟି ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କୃତ ବିଦ୍ୟାଳୟ ମଧ୍ୟରୁ ବିଗତ ୨୦୧୮ ମସିହା ଠାରୁ ୨୦୨୨ ମସିହା ଲଗାତାର ୫ ବର୍ଷ ହେଲାଣି ଏହି ବିଦ୍ୟାଳୟ ପୁରସ୍କୃତ ହୋଇଥିବା ବେଳେ ବର୍ଷକୁ ୧ ଲକ୍ଷ ଟଙ୍କା ଶିକ୍ଷକମାନଙ୍କ ପୁରସ୍କାର ରାଶି ବାବଦରେ ସମୁଦାୟ ୫ ବର୍ଷର ୫ ଲକ୍ଷ ଟଙ୍କା ମୋ ସ୍କୁଲ ଅଭିଯାନ କମିଟିକୁ ଶିକ୍ଷକମାନଙ୍କ ତରଫରୁ ଦାନ କରାଯାଇଥିବା ସୂଚନା ମିଳିଛି । ଆଜି ଏହି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଘୁ. ଉଦୟଗିରି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଷମା ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ସାଧବାଣୀ ନାୟକ, ଅବସରପ୍ରାପ୍ତ ଶିକ୍ଷକ ତଥା ରାଷ୍ଟ୍ରପତି ପୁରସ୍କୃତ ବଳରାମ ସାହୁ, ବ୍ଲକ ଉପାଧ୍ୟକ୍ଷ ଏନ୍‌. ଲୁକ, ସରପଞ୍ଚ ବିଷ୍ଣୁଦେବ ପ୍ରଧାନ, ବରିଷ୍ଠ ସାମ୍ବାଦିକ ସମୀର କୁମାର ପାଢ଼ୀ, ବନାଞ୍ଚଳ ଅଧିକାରୀ ଶ୍ରୀମତୀ ମିନାକ୍ଷୀ କୁମରା ଓ ଅନ୍ୟ ବନ କର୍ମଚାରୀ, ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀରାମ ପଦାରବିନ୍ଦ ଆଚାର୍ଯ୍ୟ, ବିଧାୟକ ପ୍ରତିନିଧି ଜୟାନନ୍ଦ ନାୟକ ଏବଂ ପ୍ରତିଷ୍ଠାତା ସଭ୍ୟ ବିଜୟ ନାୟକ, ଅଭିମନ୍ୟୁ ମଲିକ, ମୋ ସ୍କୁଲ ଅଭିଯାନ କମିଟି ସଭାପତି ହୃଷୀକେଶ ପ୍ରଧାନ, ସ୍କୁଲ ପରିଚାଳନା କମିଟି ସଭାପତି କରାଳ ମଳିକ ଯୋଗଦେଇଥିଲେ । ଏହି ପ୍ରତିଷ୍ଠା ଦିବସରେ ପୂର୍ବତନ ରାଷ୍ଟ୍ରପତି ଏ. ପି. ଜେ. ଅବଦୁଲ୍‌ କଲାମଙ୍କ ତିରୋଧାନ ଦିବସ ପାଳନ କରିବା ସହିତ ବିଦ୍ୟାଳୟରେ ବନମହୋତ୍ସବ ପାଳନ କରାଯାଇଛି ।
କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ମନୋଜ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଧାନ ଶିକ୍ଷକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଉଚ୍ଚ ବିଦ୍ୟାଳୟ ୨୮ତମ ବର୍ଷରେ ପଦାର୍ପଣ କରିଥିବା ଏବଂ ବିଦ୍ୟାଳୟର ଇତିହାସ ବିବରଣୀ ବିଷୟରେ ପ୍ରତିଷ୍ଠାତା ସଭ୍ୟ ବିଜୟ କୁମାର ନାୟକ ବକ୍ତବ୍ୟ ଦେଇଥିବା ବେଳେ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥିଗଣ ଛାତ୍ରଛାତ୍ରୀମାନଙ୍କର ଅଧ୍ୟୟନ ଏବଂ ଭବିଷ୍ୟତ ଲକ୍ଷ୍ୟ ବିଷୟରେ ଅଭିଭାଷଣ ରଖିଥିଲେ । ବିଦ୍ୟାଳୟର ଉନ୍ନତି ଓ ବିକାଶ କରିବା ଦିଗରେ ସମସ୍ତ ପୁରାତନ ଛାତ୍ର ଛାତ୍ରୀ, ଅଞ୍ଚଳର ବୁଦ୍ଧିଜୀବୀ,ରାଜନୈତିକ ଦଳ ଏବଂ ସମ୍ବାଦଦାତା ମାନଙ୍କର ମିଳିତ ଉଦ୍ୟମରେ ବିକାଶର ଅଗ୍ରଗତି ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ମତ ରଖିଥିଲେ ।
ପ୍ରତିଷ୍ଠା ଦିବସରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରାଯାଇଥିଲା ଯାହାକି ପରିବେଶ ତଥା ବୃକ୍ଷ ରୋପଣ କରିବା । ଏହା ଏକ ମହତ୍‌ କାର୍ଯ୍ୟ ଯାହା ଦୈନନ୍ଦିନ ଜୀବନରେ ବଞ୍ଚିବା ପାଇଁ ଏହା ଏକ ଉଦାହରଣ ସୃଷ୍ଟି କରିବ ଏବଂ ମଣିଷ ଓ ପ୍ରାଣୀ ଜଗତ ପାଇଁ ବୃକ୍ଷରୋପଣର ମୂଲ୍ୟବୋଦ୍ଧକୁ ବୁଝିବାର ଆବଶ୍ୟକତା ଅଛି ବୋଲି ବନାଞ୍ଚଳ ଅଧିକାରୀ ମିନାକ୍ଷୀ କୁମରା ଅଭିଭାଷଣ ଦେଇଥିଲେ ।
ଶେଷରେ ଶିକ୍ଷକ ମନୋଜ କୁମାର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ପ୍ରଧାନ ଶିକ୍ଷକ କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଅତିଥି ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

4 × one =