ମଶାରି ଭିତରେ ଅନଶନ

0 110

ନୂଆଦିଲ୍ଲୀ: ଅନଶନ ତ ଅନଶନ,ତାହା ପୁଣି ମଶାରୀ ଭିତରେ! କଥାଟା ଅସ୍ୱାଭାବିକ ଲାଗିଲେ ବି ପୂରା ସତ୍ୟ । ଏଭଳି ଅଭିନବ ଅନଶନ ବା ଧାରଣା ଦେଖିବାକୁ ମିଳିଛି ସଂସଦ ବାହାରେ । ବିରୋଧୀ ସାଂସଦମାନେ ସଂସଦ ବାହାରେ ମୁକ୍ତାକାଶ ତଳେ ଚଳାଇଥିବା ୫୦ଘଣ୍ଟିଆ ପ୍ରତିବାଦ ଧାରଣାର ଦ୍ୱିତୀୟ ଦିବସରେ ମଶା କାମୁଡାରୁ ତ୍ରାହି ପାଇବା ଲାଗି କେତେଜଣ ସାଂସଦ ମଶାରି ଭିତରେ ବସି ଧାରଣା ଦେଇଥିଲେ । ତୃଣମୂଳ କଂଗ୍ରେସ ସାଂସଦ ଡେରେକ୍‌ ଓ’ବ୍ରିଏନ୍‌ ଟୁଇଟ୍‌ କରି ଲେଖିଛନ୍ତି: ଅହର୍ନିଶ ନିରବଛିନ୍ନ ୫୦ଘଣ୍ଟିଆ ଧାରଣା ଚାଲିଛି । ଆଉ ୧୨ ଘଣ୍ଟା ଚାଲିବ । ଦରବୃଦ୍ଧି ଉପରେ ଆଲୋଚନା କରିବା ଲାଗି ଇଛୁକ ୨୭ଜଣ ସାଂସଦଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଉ । ବିରୋଧୀମାନେ ଏକଛତ୍ରବାଦୀଙ୍କ କବଳରୁ ସଂସଦର ପବିତ୍ରତା ରକ୍ଷା କରିବା ପାଇଁ ସଂଗ୍ରାମ ଚଳାଇଛନ୍ତି । ଜଣେ ପ୍ରତିବାଦକାରୀ ସାଂସଦଙ୍କ ହାତରେ ମଶାଟିଏ ବସିଥିବାର ଭିଡିଓ ପୂର୍ବରୁ କଂଗ୍ରେସ ନେତା ମଣିକମ୍‌ ଠାକୁର ପୋଷ୍ଟ୍‌ କରିଥିଲେ । ସେ ଭିଡିଓରେ ବି ଚକ୍ରାକାର ମଶାଧୂପଟିଏ ଦିଶୁଥିଲା । ଜଣେ ନେତା କହିଛନ୍ତି, ଗୁରୁବାର ଦିନ ପ୍ରତିବାଦସ୍ଥଳ ସଂସଦର ପ୍ରବେଶପଥକୁ ସ୍ଥାନାନ୍ତର କରାଯାଇଥିଲା । ୨୦୧୪ରେ ସଂସଦରେ ପହଞ୍ଚିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଯାହା କହିଥିଲେ,ତାହା ତାଙ୍କୁ ସ୍ମରଣ କରାଇଦେବା ଲାଗି ପ୍ରତିବାଦ ଚାହୁଁଛନ୍ତି । ଏହି ସ୍ଥାନରେ ଥିବା ପାହାଚରେ ହିଁ ପ୍ରଧାନମନ୍ତ୍ରୀ ମୋଦୀ ମୁଣ୍ଡମାଡି ପ୍ରଣାମ କରିଥିଲେ । ଏହାଛଡା, ତମ୍ବୁ ନ ଥିବାରୁ ବର୍ଷା ଯୋଗୁଁ ଆମକୁ ପ୍ରତିବାଦସ୍ଥଳ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡିଲା । ଏଇ ସ୍ଥାନଟି ସାଙ୍କେତିକ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

1 × five =