ସମ୍ବଲପୁରୀ ଏକତା ମଞ୍ଚ ପକ୍ଷରୁ ସମାନ୍ତରାଳ ସମ୍ବଲପୁରୀ ଦିନ ପାଳନ ଘୋଷଣା

0 106

ସମ୍ବଲପୁର:ଏକଦା ଘୋର ଉପେକ୍ଷାର ଶିକାର ହେଉଥିବା ସମ୍ବଲପୁରୀ ଭାଷା ଓ ସଂସ୍କୃତିକୁ ସଂଗଠିତ କରିବା ପାଇଁ ଆଜୀବନ କାର୍ଯ୍ୟରତ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅଗଷ୍ଟ ଏକ ତାରିଖକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରିବା ପାଇଁ ସମ୍ବଲପୁରୀ ଏକତା ମଞ୍ଚ ମଧ୍ୟ ପ୍ରସ୍ତୁତ ରହିଛି । ଉକ୍ତ ମଞ୍ଚ ପକ୍ଷରୁ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଛି । ଏହା ପୂର୍ବରୁ ଏପର୍ଯ୍ୟନ୍ତ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଏପରି ଆୟୋଜନ କରାଯାଉଥିଲା ଓ ଆଜି କରାଯାଇଥିବା ଘୋଷଣା ଅନୁସାରେ ଏହା ଏକ ସମାନ୍ତରାଳ କାର୍ଯ୍ୟକ୍ରମ ରହିବ ବୋଲି ଆୟୋଜକ ମଣ୍ଡଳୀ ପକ୍ଷରୁ ସ୍ୱୀକାର କରାଯାଇଛି । ସମୀର ରଞ୍ଜନ ବାବୁ ଓ ତାଙ୍କର କିଛି ସହଯୋଗୀଙ୍କ ଆହ୍ୱାନ କ୍ରମେ ଆଜିକାର ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ସ୍ଥାନୀୟ ଗଙ୍ଗାଧର ମଣ୍ଡପରେ ସମାନ୍ତରାଳ ଭାବେ ସେହି ଦିନ ଓ ସେହି ସମୟରେ ସମ୍ବଲପୁରୀ ଦିନର ଆୟୋଜନ ବିଷୟରେ ସୂଚନା ଦିଆଯାଇଛି । ଏଥିରେ ସ୍ଥାନୀୟ ଚିତ୍ରକରମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମରେ ସେମାନେ ଉକ୍ତ ଖୋଲା ମଞ୍ଚରେ ନିଜ ଚିତ୍ରକାରୀରେ ପାରଙ୍ଗତା ପ୍ରଦର୍ଶନ କରିବେ । ଏହା ସହିତ ସେଠାରେ ଆୟୋଜିତ ଏକ ସମ୍ବଲପୁରୀ କବିତା ପାଠୋତ୍ସବରେ ଏହି ଜିଲ୍ଲା ସହିତ ଆଖପାଖ ଜିଲ୍ଲାରୁ ପ୍ରାୟ ୧୫ ଜଣ ପ୍ରତିଷ୍ଠିତ କବି ସାମିଲ ହେବେ । ଦ୍ୱିପହର ପ୍ରାୟ ଗୋଟିଏ ସମୟରୁ ଉକ୍ତ ମଞ୍ଚରେ ସମ୍ବଲପୁରୀ ନାଚଗୀତର ଆମର ଆରମ୍ଭ ହୋଇ ରାତି ପ୍ରାୟ ଦଶଟା ପର୍ଯ୍ୟନ୍ତ ଚାଲିବ । ଇତିମଧ୍ୟରେ ସେଠାରେ ସମ୍ବଲପୁରୀ ବସ୍ତ୍ର ଓ ପରିଧାନର ଏକ ଫ୍ୟାଶନ ଶୋ ସହିତ ସମ୍ବଲପୁରୀ ଖାଦ୍ୟପେୟର ଏକ ମଧ୍ୟ ପ୍ରଦର୍ଶନୀ ଓ ବିକ୍ରୟ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସେଠାରେ ଦଶଟି ଷ୍ଟଲ ରହିବ ଓ ତନ୍ମଧ୍ୟରୁ ୫ଟି ବିକ୍ରି ଓ ଅନ୍ୟ ୫ଟିରେ ଖାଦ୍ୟପେୟ ନିଃଶୁଳ୍କ ଆବଣ୍ଟନର ବ୍ୟବସ୍ଥା କରାଯାଇଛି ବୋଲି କୁହାଯାଇଛି ।

hiranchal ad1
Leave A Reply

Your email address will not be published.

five × one =