ନବରଙ୍ଗପୁର ଜିଲ୍ଲା ସ୍ତରୀୟ ୭୬ ତମ ସ୍ୱାଧିନତା ଦିବସ ପାଳନ ପ୍ରସ୍ତୁତି ବୈଠକ

0 86

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲାସ୍ତରୀୟ ୭୬ତମ ସ୍ୱାଧିନତା ଦିବସ ପାଳନ ନିମନ୍ତେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଡକ୍ଟର ମିଶ୍ର ସମସ୍ତଙ୍କୁ ସ୍ୱାଗତ ଜଣାଇ ଜାତୀୟ ଦିବସ ଉତ୍ସବ ପାଳନରେ ସମସ୍ତଙ୍କ ସହଯୋଗ କାମନା କରି ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କଭିଡ୍‌-୧୯ କଟକଣା ଅନୁଯାୟୀ ସୀମିତ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି, ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଚଳିତ ବର୍ଷ ରିଜର୍ଭ ପୋଲିସ ପଡିଆଠାରେ ପାଳନ କରାଯିବ ବୋଲି କହିଥିଲେ । ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କରେ ସମ୍ମାନର ସହ ଜାତୀୟ ପତାକା ସଂଯୁକ୍ତକରଣ ଓ ଉତ୍ତୋଳନ କରାଯିବ ଏଥିରେ ଯେମିତି କୌଣସି ତ୍ରୁଟି ନ ରହେ ସେଥି ପ୍ରତି ସଂପୃକ୍ତ କର୍ମକର୍ତ୍ତା ଧ୍ୟାନ ଦେବା ପାଇଁ ମଧ୍ୟ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବୈଠକରେ ନିଷ୍ପତି ଅନୁଯାୟୀ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରାତଃ ସହରରେ ଡାକବାଜି ଯନ୍ତ୍ର ଯୋଗେ ରାମ୍‌ଧୂନ୍‌ ପରିବେଷଣ କରାଯିବ ଏବଂ ସହର ସ୍ଥିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା । ପୂର୍ବାହ୍ନ ଘ ୯.୧୫ ମି ସମୟରେ ଦିବସର ମୁଖ୍ୟ ଅତିଥିଙ୍କ ଦ୍ୱାରା ରିଜର୍ଭ ପୋଲିସ ପଡିଆଠାରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରାଯିବ । କରୋନା କଟକଣା ହେତୁ ସମ୍ମିଳିତ ପ୍ୟାରେଡ୍‌, ସାଂସ୍କୃତିକ କାର୍ଯ୍ୟକ୍ରମ ନ କରାଯିବା ପାଇଁ ସ୍ଥିର କରାଯାଇଛି । କେବଳ ପୋଲିସ ବାହିନୀ ପକ୍ଷରୁ ମୁଖ୍ୟ ଅତିଥିଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯିବ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାର ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେବକ୍ତୃତା, ପ୍ରବନ୍ଧ, ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର, ପୁରସ୍କାର ପ୍ରଦାନ କରାଯିବ । ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜୟକୃଷ୍ଣ ବେହେରା, ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତ,ପିଏଆଇଟିଡିଏ ଅଭିମନ୍ୟୁ ମାଝୀ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ୱର୍ଣ୍ଣ ଲତା ବିଶ୍ୱାସ, ତହସିଲଦାର ରବୀନ୍ଦ୍ର କୁମାର ରାଉତ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ରଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ବରିଷ୍ଠ ନାଗରିକ, ବିଦ୍ୟାଳୟ ମହାବିଦ୍ୟଳୟର ଶିକ୍ଷକ, ଶିକ୍ଷୟତ୍ରୀ, ଅଧ୍ୟକ୍ଷ,ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇ ଥିଲେ । ଜିଲ୍ଲା ସୁଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନୀଆଲ୍‌ ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍‌ ଦେଇଥିଲେ ।

hiring

Read about permalinks(opens in a new tab)

hiranchal ad1
Leave A Reply

Your email address will not be published.

6 − one =