ରାଜ୍ୟଗୋଷ୍ଠୀ ଲନ୍‌ ବାଉଲ୍ସ :
ଫାଇନାଲରେ ପହଞ୍ଚି ଇତିହାସ ରଚିଲା ଭାରତ

0 104

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାର ଲନ ବାଉଲ୍ସ ୱମେନ ୪ ଇଭେଣ୍ଟରେ ଇତିହାସ ରଚିଛି ଭାରତ । ଏହି ଇଭେଣ୍ଟରେ ଭାରତୀୟ ମହିଳା ଦଳ ଫାଇନାଲରେ ପ୍ରବେଶ କରି ଦେଶ ପାଇଁ ପଦକ ପକ୍କା କରିବାକୁ ସକ୍ଷମ ହୋଇଛି । ଲନ ବାଉଲ୍ସର କୌଣସି ଇଭେଣ୍ଟରେ ଭାରତ ପଦକ ଜିତିବା ଇତିହାସରେ ପ୍ରଥମ ଘଟଣା । ଆଜି ସେମିଫାଇନାଲରେ ଭାରତୀୟ ମହିଳା ଦଳ ନ୍ୟୁଜିଲ୍ୟାଣ୍ଡକୁ ୧୬-୧୩ରେ ପରାସ୍ତ କରିଛି । ଭାରତ ଫାଇନାଲରେ ସ୍ୱର୍ଣ୍ଣ ପଦକ ପାଇଁ ଦକ୍ଷିଣ ଆଫ୍ରିକା ସହ ଲଢେଇ କରିବ । ହାରିଲେ ବି ଭାରତକୁ ଅତିକମରେ ରୌପ୍ୟ ପଦକ ମିଳିବ । ଭାରତୀୟ ମହିଳା ଟିମରେ ଲଭଲୀ ଚୌବେ(ଲିଡ୍‌),ପିଙ୍କି(ଦ୍ୱିତୀୟ),ନୟନମଣି ସାଇକିଆ(ତୃତୀୟ) ଓ ରୂପା ରାଣୀ ତିର୍କୀ(ସ୍କିପ) ଦମଦାର ପ୍ରଦର୍ଶନ କରିଛନ୍ତି । ଦଳ ସେମି ଫାଇନାଲ ମୁକାବିଲା ଜିତି ପଦ ପକ୍କା କରିବାରୁ ଏହି ଖେଳାଳିମାନେ ଖୁସିରେ କାନ୍ଦି ମଧ୍ୟ ପକାଇଥିଲେ । ପ୍ରଥମଥର ପାଇଁ ଏହି ଖେଳରେ ଭାରତ ଭାଗ ନେଉଥିବା ବେଳେ ପଦକ ଜିତିବା ବେଶ ଗୌରବର ବିଷୟ । ନୋରଫୋଲକ ଆଇସଲ୍ୟାଣ୍ଡକୁ ହରାଇ ଭାରତୀୟ ମହିଳା ଦଳ ଲନ ବାଉଲର ସେମିରେ ପ୍ରବେଶ କରିଥିଲା । ଆଜି ସେମି ଲଢେଇ ବେଶ ଚିତ୍ତାକର୍ଷକ ରହିଥିଲା । ଉଭୟ ଦଳର ଖେଳାଳିମାନେ ଦମଦାର ପ୍ରଦର୍ଶନ କରି ନିଜ ଟିମ ଆଡକୁ ମ୍ୟାଚ ଆଣିବାକୁ ଉଦ୍ୟମ କରିଥିଲେ । ତେବେ ଶେଷ ରାଉଣ୍ଡରେ ରୂପାରାଣୀ ନ୍ୟୁଜିଲ୍ୟାଣ୍ଡର ସବୁଠାରୁ ଶ୍ରେଷ୍ଠ ବାଉଲକୁ ଚମତ୍କାର ଢଙ୍ଗରେ ମାତ ଦେବାକୁ ସକ୍ଷମ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

fifteen + 5 =