ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ କଳାହାଣ୍ଡି ଓ ବିବିଧ କ୍ଷେତ୍ରର ସ୍ୱୟଂସେବକ ତରଫରୁ ରାଲି ଓ ସାମୂହିକ ବନ୍ଦେ ମାତରଂ ଗାନ

0 59

ଭବାନୀପାଟଣା: ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶରେ ବିଭିନ୍ନ ସଙ୍ଗଠନ ତରଫରୁ ବିବିଧ କାର୍ଯ୍ୟକ୍ରମ କରାଯାଉଛି । ଏହି ଉପଲକ୍ଷେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ କଳାହାଣ୍ଡି ଓ ବିବିଧ କ୍ଷେତ୍ରର ସ୍ୱୟଂସେବକ ଓ କାର୍ଯ୍ୟକର୍ତ୍ତାମାନଙ୍କ ଦ୍ୱାରା ଆଜି ଭବାନୀାଟଣା ନଗରରେ ସାଇକେଲ ଓ ମୋଟରସାଇକେଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ସଂଘ କାର୍ଯ୍ୟାଳୟରୁ ରାଲି ବାହାରି ପ୍ରମୁଖ ଛକ ଦେଇ ଗାନ୍ଧୀ ଛକରେ ଏକତ୍ରିତ ହୋଇଥିଲେ । ଏହି ଅବସରରେ ସ୍ୱୟଂ ସେବକ ଓ କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ୱାରା ସାମୂହିକ ବନ୍ଦେ ମାତରଂ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରାଯାଇଥିଲା । ଜିଲ୍ଲାର ସମସ୍ତ ବ୍ଲକ୍‌ ଓ ପ୍ରମୁଖ ସ୍ଥାନମାନଙ୍କରେ ଏଭଳି କାର୍ଯ୍ୟକ୍ରମ ଓ ସାମୂହିକ ବନ୍ଦେ ମାତରଂ ସଙ୍ଗୀତ ଗାନ ଆଗାମୀ ଅଗଷ୍ଟ ପନ୍ଦର ତାରିଖ ପର୍ଯ୍ୟନ୍ତ କରାଯିବ ବୋଲି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ର ବିଭାଗ ସଂଘ୍‌ ଚାଳକ/ସଭାପତି ଜୟନାରାୟଣ ବାବୁ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

three × 5 =