ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା, ଭାରରେ ବୋହି ପ୍ରସୂତି ମହିଳାଙ୍କୁ ଡ଼ାକ୍ତରଖାନାରେ ପହଞ୍ଚାଇଲେ

0 194

ବାଲିଗୁଡ଼ା: ଗାଁ ଅଛି,ହେଲେ ରାସ୍ତା ନାହିଁ । ଫଳରେ ବାଧ୍ୟ ହୋଇ ପରିବାରର ସଦସ୍ୟଙ୍କ ସହିତ ଗର୍ଭବତୀଙ୍କୁ ଆଣିବାକୁ ଯାଇଥିବା ୧୦୮ ଆମ୍ବୁଲାନ୍ସର କର୍ମଚାରୀ ମାନବିକତା ଦେଖାଇ ଏକ ଭାରରେ ଗର୍ଭବତୀଙ୍କୁ ପ୍ରାୟ ଦେଢ଼ କିଲୋମିଟର ବୋହି ଆମ୍ବୁଲାନ୍ସ ନିକଟରେ ପହଁଚାଇଥିଲେ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ସାରଂଗଡ଼ ପଞ୍ଚାୟତର ଟେଟ୍ରେ ଗାଁର ଆରତୀ ମଲିକଙ୍କର ଗର୍ଭଯନ୍ତ୍ରଣା ହେବା ପରେ ସେହି ଗାଁର ଆଶାକର୍ମୀ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଫୋନ୍‌ କଲ୍‌ ପାଇବାପରେ ବାଲିଗୁଡାରୁ ୧୦୮ ଆମ୍ବୁଲାନ୍ସ ନେଇ ଡ୍ରାଇଭର ଜିତୁ ମାଝୀ ଟେଟ୍ରେ ଗାଁ ଅଭିମୁଖେ ଯାଇଥିଲେ । ହେଲେ ଗାଁକୁ ଯିବା ପାଇଁ ରାସ୍ତା ନଥିବାରୁ ପ୍ରାୟ ୨କିଲୋମିଟର ଦୂରରେ ଆମ୍ବୁଲାନ୍ସ ରଖି ଜିତୁ ମାଝୀ ଟେଟ୍ରେ ଗାଁକୁ ଯାଇ ଆଶାକର୍ମୀ ଓ ପରିବାର ଲୋକଙ୍କ ସହାୟତାରେ ଗର୍ଭବତୀ ମହିଳାଙ୍କୁ ଭାରରେ ବୋହି ଜଙ୍ଗଲ ରାସ୍ତାରେ ନାଳ ଓ ଅଙ୍କାବଙ୍କା ରାସ୍ତା ପାର କରି ବଡ଼ କଷ୍ଟରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣି ନିକଟସ୍ଥ ସାରଙ୍ଗଡ଼ ଡାକ୍ତରଖାନାରେ ପହଞ୍ଚାଇ ଥିଲେ ।

hiring

ରାସ୍ତା ନଥିବା କାରଣରୁ ଆମ୍ବୁଲାନ୍ସ ଡ୍ରାଇଭର ଜିତୁ ମାଝୀ ଓ ଆଶା କର୍ମୀ ଦେବଦୂତ ସାଜି ତାଙ୍କୁ ସୁରକ୍ଷିତ ଭାବେ ହସ୍ପିଟାଲ ପହଞ୍ଚାଇ ଥିବାରୁ ପରିବାର ଲୋକେ ଆଶ୍ୱସ୍ତ ଅନୁଭବ କରିବା ସହ ଉଭୟଙ୍କୁ ସାଧୁବାଦ ଜଣେଇଛନ୍ତି । ସାରଙ୍ଗଡ଼ ଡ଼ାକ୍ତରଖାନାରେ ଡ଼ାକ୍ତରଖାନରେ ଭର୍ତ୍ତି କରିବା ପରେ ଆରତୀ ଏକ ସନ୍ତାନ ଜନ୍ମ ଦେଇଥିବା ବେଳେ ଉଭୟ ମାଆ ଓ ଛୁଆ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡ଼ିଛି । ସେପଟେ ଆମ୍ବୁଲାନ୍ସ କର୍ମଚାରୀ ଜିତୁଙ୍କ ନିଃସ୍ୱାର୍ଥପର ସେବା ପାଇଁ ସବୁ ବର୍ଗରୁ ତାଙ୍କୁ ପ୍ରଶଂସାର ସୂଅ ଛୁଟୁଛି ।

hiranchal ad1
Leave A Reply

Your email address will not be published.

11 − 10 =