ସାମ୍ବାଦିକଙ୍କ ମାତୃ ବିୟୋଗ

0 181

ପୁରୀ : ପୁରୀ ବଲଗଣ୍ଡି ରାୟ ବାହାଦୁର ଲେନ୍‌ର ସ୍ୱର୍ଗତ ପଦ୍ମନାଭ ଦାଶଙ୍କ ଧର୍ମପତ୍ନୀ ରମାମଣି ଦାଶଙ୍କର ୮୯ ବର୍ଷ ବୟସରେ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଅବସ୍ଥାରେ ଶଯ୍ୟାଶାୟୀ ଥିଲେ । ମଙ୍ଗଳବାର ଅପରାହ୍ନ ଗୋଟାଏ ତିରିଶ ମିନିଟ୍‌ ସମୟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତିନି ପୁତ୍ର, ପୁତ୍ରବଧୂ, ଝିଅ ଓ ନାତି ନାତୁଣୀମାନେ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ବାସଗୃହକୁ ଯାଇ ଅନ୍ତିମ ଦର୍ଶନ କରିବା ସହ ଶବାଧାରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ରମାମଣୀଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି । ଜଣେ ଧର୍ମପରାୟଣ ତଥା ପରୋପକାରୀ ମହିଳା ଭାବେ ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ଏକ ଶୋକାକୁଳ ଶୋଭାଯାତ୍ରାରେ ତାଙ୍କର ପାର୍ଥିବ ଶରୀରକୁ ସ୍ୱର୍ଗଦ୍ୱାର ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା । ଜ୍ୟୋଷ୍ଠପୁତ୍ର ପତିତପାବନ ଦାଶ ମୁଖାଗ୍ନି ଦେଇଥିଲେ । ମାଧ୍ୟମ ପୁତ୍ର ସତ୍ୟ ନିରଞ୍ଜନ ଦାଶ, କନିଷ୍ଠପୁତ୍ର ତଥା ସମାଜର ସାମ୍ବାଦିକ ସତ୍ୟ ରଞ୍ଜନ ଦାଶ ପ୍ରମୁଖ ସ୍ୱର୍ଗଦ୍ୱାରରେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

7 − four =