ରବୀନଙ୍କ ଜୀବନ ଅଶାନ୍ତ : କିଡନୀ ରୋଗରେ ଆକ୍ରାନ୍ତ, ଅର୍ଥ ସାଜିଛି ବାଧକ

0 154

ଖପ୍ରାଖୋଲ : ଜୀବନର ଯୌବନ ଅବସ୍ଥାରେ ରବୀନ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବାରୁ ଦୁଃଖ ଦ୍ୱିଗୁଣିତ ହୋଇଛି । ଚିକିତ୍ସା ପାଇଁ ପରିବାର ଲୋକେ ପ୍ରୟାସ କରୁଥିଲେ ମଧ୍ୟ , ଅର୍ଥ ବାଧକ ସାଜିଛି । ଖପ୍ରାଖୋଲ ବ୍ଲକ ଲୋହାସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ଟେଙ୍ଗରାପଥର ଗାଁରେ ପରିବାର ସହ ବାସକରନ୍ତି ରବୀନ ସାହୁ । ଗରିବ ଅର୍ଥନୀତି ତଳେ ବଞ୍ଚୁଥିବା ଏହି ଦୁଃଖୀ ପରିବାରରେ ରବୀନଙ୍କ ଗୋଟିଏ ପୁଅ, ଝିଅ, ସ୍ତ୍ରୀ, ବାପା ଓ ମା’ ଅଛନ୍ତି । ପରିବାରର ପ୍ରତିପୋଷଣ ପାଇଁ ଦୁଇ ବେଳା ଖାଇବାକୁ ନପାଉଥିବା ଏହି ପରିବାର ରବୀନଙ୍କ କିଭଳି ଚିକିତ୍ସା କରାଯିବ ଚିନ୍ତାରେ ପଡିଛନ୍ତି । ଏହି ଆଠ ମାସ ଭିତରେ ରବୀନଙ୍କୁ ପରିବାର ଲୋକେ ବଲାଙ୍ଗୀର ହସ୍ପିଟାଲ ଏବଂ ପାଟଣାଗଡ଼ ହସ୍ପିଟାଲରେ ଚିକିତ୍ସା ପାଇଁ ନେଇଥିବା ସତ୍ତେ୍ୱ ଭଲ ହେବାର ନା ଧରୁନାହିଁ ଅଥଚ ଦିନକୁ ଦିନ ସ୍ୱାସ୍ଥ୍ୟ ବିଗିଡିବାରେ ଲାଗିଛି । ପାଖରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଥିଲେ ସୁଦ୍ଧା ବର୍ତ୍ତମାନ କୌଣସି କାମରେ ଆସିନି ବୋଲି କହିଛନ୍ତି ପରିବାର ଲୋକେ କହିଛନ୍ତି । ସ୍ୱାମୀର ଏଭଳି ପରିସ୍ଥିତି ଦେଖି ନିରୀହ ସ୍ତ୍ରୀଟି ଅତି ଦୁଃଖର ସହ ସ୍ଥାନୀୟ ପ୍ରଶାସନ ଏବଂ ସମାଜସେବୀଙ୍କୁ ସାହାଯ୍ୟ ସହଯୋଗ ପାଇଁ ଅନୁରୋଧ କରିଛନ୍ତି । ସୂଚନା ମୁତାବକ, ପାଟଣାଗଡ଼ ବ୍ଲକ ଖୁରୀପାଣି ଗ୍ରାମପଞ୍ଚାୟତରେ କିଡନୀ ରୋଗର ସମସ୍ୟା ଦେଖାଦେଇଛି ।

hiranchal ad1
Leave A Reply

Your email address will not be published.

1 × four =