ପାଟନା : ବିହାର ବିଧାନସଭାର ବିରୋଧୀ ଦଳ ନେତା ତଥା ଲାଲୁ ଯାଦବଙ୍କ ସାନ ପୁଅ ତେଜସ୍ୱୀ ଯାଦବ ତାଙ୍କ ସ୍ୱାସ୍ଥ୍ୟ ପାଇଁ ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଓଜନ ହ୍ରାସ କରିବାକୁ ପରାମର୍ଶ ଦେଇଥିଲେ । ସେ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଥିବା ଜଣାପଡିଛି । ସେ କେତେବେଳେ ଜିପ୍ ଟାଣୁଛନ୍ତି ଆଉ ବେଳେବେଳେ ବ୍ୟାୟାମ କରୁଥିବାର ତାଙ୍କୁ ଦେଖିବାକୁ ମିଳୁଛି । ଏଭଳି ପରିସ୍ଥିତିରେ ଆଜି ସେ ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଟେବୁଲ୍ ଟେନିସ୍ ଖେଳୁଥିବା ନଜର ଆସିଛନ୍ତି ।
ଭିଡିଓରେ ବିରୋଧୀ ଦଳର ନେତା ଝାଳ ବୁହାଉଥିବାର ଦେଖିବାକୁ ମିଳିଛି । ତେଜସ୍ୱୀ ଯାଦବ ହାତରେ ଟେନିସ୍ ଧରି ଟେବୁଲ୍ ଟେନିସ୍ ଖେଳୁଥିବା ନଜର ଆସୁଛନ୍ତି । ସେ ଏହାର ଭିଡିଓ ନିଜ ଫେସବୁକ୍ ପେଜରେ ସେୟାର କରିଛନ୍ତି । ଏଥିସହ ସେ ଲେଖିଛନ୍ତି ଯେ “ଜିତିବାକୁ କିମ୍ବା ହରାଇବାକୁ ଭୟ କର ନାହିଁ, କେବଳ ଖେଳ ଖେଳ ଏବଂ ତୁମର ସର୍ବୋତ୍ତମ ଦିଅ ।
ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ଆରଜେଡି ନେତାଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ଜିପ୍ ଟାଣୁଥିବାର ଦେଖାଯାଇଥିଲା । ଏହା ଲାଲୁ ଯାଦବଙ୍କ ପୁରୁଣା ଜିପ୍ ଥିଲା । ବିହାର ବିଧାନସଭା ବିଧାନସଭାର ଶତବାର୍ଷିକୀ ସମାପନ ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୨ ରେ ପାଟନା ଆସିଥିଲେ । ପାଟନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବଙ୍କୁ ଫିଟ୍ ରହିବାକୁ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଜସ୍ୱୀଙ୍କୁ କିଛି ଓଜନ ହ୍ରାସ କରିବାକୁ କହିଥିଲେ । ସେବେଠାରୁ ତେଜସ୍ୱୀଙ୍କୁ ତାଙ୍କ ବାହୁବଲୀ ଶୈଳୀରେ ଅନେକ ସମୟରେ ଝାଳ ବୁହାଉଥିବା ଦେଖିବାକୁ ମିଳୁଛି ।