ନବରଙ୍ଗପୁର : ଜୁଲାଇ ୨୦ ରୁ ୩୧ତାରିଖ ପର୍ଯ୍ୟନ୍ତ ମାଲେସିଆର ମେଲାକ ସହରରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପେଂଚାକ ସିଲାଟ ରେଫେରି ଭାବେ ଓଡ଼ିଶାରୁ ଜଣେ ମାତ୍ର ନବରଙ୍ଗପୁର ଗାନ୍ଧିନଗରର ହରିଷ ଚନ୍ଦ୍ର ବେହେରା ରେଫେରି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଫେରିଛନ୍ତି ।
ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରୁ ଶ୍ରୀ ବେହେରାଙ୍କ ଏପରି ସଫଳତା ଜାଣିବା ପରେ ଜିଲ୍ଲାର କ୍ରୀଡ଼ାବିତମାନଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ସୂଚନାଯୋଗ୍ୟ ଯେ ଶ୍ରୀ ବେହେରାଙ୍କ ମାଲେସିଆ ଗସ୍ତ ପାଇଁ ଦୁଇ ଲକ୍ଷ ଟଙ୍କାର ଆବଶ୍ୟକ ଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦଶ ହଜାର, ଷ୍ଟେଟ ବ୍ୟାଙ୍କ ତରଫରୁ ଦଶ ହଜାର, ମଙ୍ଗଲମ ଟିମ୍ବର ତରଫରୁ ପାଞ୍ଚ ହଜାର, ଉମରକୋଟ ଯାଦବ ମାଝୀ ସାମାଜିକ ସାଂସ୍କୃତିକ ପରିଷଦ ପକ୍ଷରୁ ଦଶ ହଜାର,ନବରଙ୍ଗପୁର ପୌରାଧକ୍ଷ କୁନୁ ନାୟକ ସମେତ ସାଙ୍ଗ ସାଥୀଙ୍କ ତରଫରୁ ଆର୍ଥିକ ସହାୟତା ପାଇଥିଲେ । ଶ୍ରୀ ବେହେରା ମାଲେସିଆରୁ ଫେରିବା ପରେ ଜିଲ୍ଲା କ୍ରୀଡା ସଙ୍ଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ସହ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କୁ ସୌଜନ୍ୟ ମୁଳକ ସାକ୍ଷାତ କରିଥିଲେ । ଜିଲ୍ଲା କ୍ରୀଡା ସଙ୍ଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପ ସଭାପତି ଏମ. ବାଲା କୃଷ୍ଣ ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଓକିଲ ସଂଘର ସମ୍ପାଦକ ରାମ ପ୍ରସାଦ ପାତ୍ର, ସମାଜସେବୀ ଜଗନାଥ ମହାପାତ୍ର, ଅଧ୍ୟାପକ ଅଖିଳ ଭଟ୍ଟ, ଜିଲ୍ଲା କ୍ରୀଡା ଅଧିକାରୀ ମହେନ୍ଦ୍ର ସାହୁ, ସମାଜସେବୀ ସୂର୍ଯ୍ୟ ନାରାୟଣ ଲେଙ୍କା, ନୀଳ ମାଧବ ପାତ୍ର, ବଡିବିଲ୍ଡିଂ ସଙ୍ଘର ସମୀର ପାତ୍ର, ପେଂଚାକ ସିଲାଟ ସଙ୍ଘର ସଭାପତି ଦୀପକ କୁମାର ସାହୁ, ଉପଦେଷ୍ଟା ଜଗନ୍ନାଥ ବେହେରା, ଚନମୟ ପାଳ, ସାନୁ ହରିଜନ, ରମାନନ୍ଦ ସତନାମୀ ସମେତ ଜିଲ୍ଲାର କ୍ରୀଡ଼ାବିତ ମାନେ ଶୁଭେଚ୍ଛା ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post