ଫୁଲବାଣୀ: କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନ ଫୁଲବାଣୀ ଠାରେ ୧୫୬ ତମ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନିଲ ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ପିଏ ଆଇଟିଡିଏ ତଥା ସାହିତ୍ୟିକ ରବୀନ୍ଦ୍ର ଦାଶ ଯୋଗ ଦେଇ ସାମ୍ବାଦିକ ମାନେ ସର୍ବଦା ସତ୍ୟ ଓ ନିରପେକ୍ଷ ସମ୍ବାଦ ପ୍ରକାଶ ଉପରେ ଗୁରୁତ୍ୱ ଦେବା ଜରୁରୀ ବୋଲି କହିଥିଲେ । ସାମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ କୁମାର ଜେନା ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ପ୍ରେସ କ୍ଳବ ସଭାପତି ସୁନିଲ କୁମାର ପଟ୍ଟନାୟକ, ସନ୍ତୋଷ କୁମାର ଦିଗାଲ, ଉପସଭାପତି ସତ୍ୟ ନାରାୟଣ ବେହେରା , ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଯୋଗ ଦେଇ ଅତୀତର ଓଡ଼ିଆ ସାମ୍ବାଦିକଙ୍କ ଭୂମିକା ସହ ବର୍ତ୍ତମାନର ସାମ୍ବାଦିକଙ୍କ ଭୂମିକା ସମ୍ବନ୍ଧରେ ଆଲୋକପାତ କରିଥିଲେ । ସେହିପରି ଖବରକୁ ଲୋକଙ୍କ ପାଖରେ ପହଞ୍ଚାଉ ଥିବା ବ୍ୟକ୍ତିଙ୍କୁ ସାଧାରଣତଃ ସାମ୍ବାଦିକ କୁହାଯାଏ । ଯଦି ଅତୀତକୁ ଯିବା ପୂର୍ବ ରାଜା ରାଜୁଡା ଶାସନ କାଳରେ ଖବରଦାତା ବା ବାହାକ ଗୁପ୍ତଚର ଡେଙ୍ଗୁରା ବାଲା ବୋଲି ଆମେ ଆଖ୍ୟା ଦେଇପାରିବା କିନ୍ତୁ ସେମାନଙ୍କ ମାଧ୍ୟମ ଅଲଗା ଅଲଗା ଥିଲା । ବର୍ତ୍ତମାନ ସେହି କାର୍ଯ୍ୟକୁ ଖବରକାଗଜ ଓ ଟିଭି ମାଧ୍ୟମର ଲୋକଙ୍କୁ ଜଣାଇ ଦିଆଯାଉଛି । ଏହି ମାଧ୍ୟମକୁ ଆପଣେଇବା ପଛରେ ଗୋଟେ ବଡ଼ ମହତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ଥିଲା । ଭାରତ ବର୍ଷରେ ଇଂରେଜ ମାନେ ଶାସନ କରୁଥିଲେ । ଦେଶ ଖଣ୍ଡ ବିଖଣ୍ଡିତ ଥିଲା । ବିଭିନ୍ନ ଅଂଚଳରେ ଭିନ୍ନ ଭିନ୍ନ ଭାବେ ପ୍ରଚଳନ ହେଉଥିଲା । ଏହି ଅଞ୍ଚଳର ଲୋକ ସେହି ଅଞ୍ଚଳର ଭାଷା ଜାଣିପାରୁ ନଥିଲେ, ତେଣୁ ଇଂରେଜ ମାନେ ଏହାର ଫାଇଦା ନେଉଥିଲେ । ୧୮୬୬ ଅଗଷ୍ଟ ୪ରେ କର୍ମବୀର ଗୌରୀ ଶଙ୍କର ଓ ବିଚିତ୍ରା ନନ୍ଦ ଦାସ ପ୍ରଥମେ ଓଡ଼ିଆ ଭାଷାରେ ଏକ ଖବରକାଗଜ ଉତ୍କଳ ଦୀପିକା ବାହାର କଲେ ଏହାର ଉଦ୍ଦେଶ୍ୟ ଲୋକଙ୍କ ସମସ୍ୟା ସରକାରଙ୍କ ପାଖରେ ପହଞ୍ଚାଇବା ଓ ସ୍ୱାଧୀନତା ସଂଗ୍ରାମ ପାଇଁ ଲୋକଙ୍କୁ ସଚେତନ କରାଇବା ଥିଲା ମୂଳ ଲକ୍ଷ୍ୟ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ କାହ୍ନୁ ଚରଣ ଶତପଥୀ ଯୋଗ ଦେଇ ପ୍ରଥମ ସମ୍ବାଦପତ୍ର ଉତ୍କଳ ଦୀପିକା ବିଷୟରେ ଆଲୋଚନା କରିଥିଲେ । ତ୍ରିନାଥ ସାହୁ, ନାରାୟଣ ସାହୁ, ମୁସ୍କାନ ସୁଆର ପ୍ରମୁଖ ସମାଜ ଗଠନରେ ସାମ୍ବାଦିକ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଥିଲେ । ସୁଜିତ ବେହେରା, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସୂର୍ଯ୍ୟ ନାରାୟଣ ବେହେରା, ଜୟ ସେନ ପରିଡ଼ା, ସିବନାୟକ, ଶିବରାମ ନାୟକ, ବୈଦ୍ୟନାଥ ନାୟକ, ସୁଧୀର ମହାରଣା, ବିମଳ ନାୟକ, ପ୍ରଶାନ୍ତ ଜେନା, କାହ୍ନା ପଟ୍ଟନାୟକ, ଦୁଃଖିଶ୍ୟାମ ପ୍ରଧାନ, ଖିରୋଦ ସାହାଣୀ, ସନ୍ତୋଷ ନାୟକ ପ୍ରମୁଖ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ । ଶେଷରେ ପ୍ରେସ କ୍ଳବ ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ବର୍ତ୍ତମାନ ସମୟରେ ଘଟଣା ଘଟିବାର ଖୁବ କମ ସମୟରେ ଖବର ପ୍ରସାରଣ କରୁଥିବା ସାମ୍ବାଦିକ ଓ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।