ବୌଦ୍ଧ : ଜାତୀୟ ରାଜପଥ ନମ୍ବର ୫୭ର ତେଲିବନ୍ଧ ଛକ ନିକଟରେ ରାସ୍ତାପାଶ୍ୱର୍ରେ ଥିବା ଏକ ଷ୍ଟଲ ମଧ୍ୟକୁ ଗୋଟିଏ ଟ୍ରାକ୍ଟର ପଶି ଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୮ଘଣ୍ଟା ସମୟରେ ରାମପୁରଠାରେ ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ବାହାର ରାଜ୍ୟର ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ହଠାତ୍ ଏକ ଜେନେରାଲ ଷ୍ଟୋର ମଧ୍ୟକୁ ପଶିଯାଇଥିଲା । ଷ୍ଟଲ ଆଗରେ ବଢାଯାଇଥିବା ବାରଣ୍ଡାର ଆଜବେଷ୍ଟସ ଛପର ଛାଉଣୀ ଟ୍ରାକ୍ଟର ଡ୍ରାଇଭର ଦେହରେ ବାଜିବାରୁ ସେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଏହା ବ୍ୟତୀତ ଆଉ କେହି ଆହତ ହୋଇନଥିବା ବେଳେ ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଆଲୋଚନା ହେଉଛି ।