ରାଜ୍ୟରେ ପୁଣି ୧୦୩ ନୂଆ ପଜିଟିଭ ଚିହ୍ନଟ

0 337

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଉଗ୍ରରୂପ ଧାରଣ କଲାଣି । ରାଜ୍ୟ କରୋନା ଗ୍ରାଫ୍ ଦିନକୁ ଦିନ ବଢିବଢି ଚାଲିଛି । ଆଜି ପୁଣି ରାଜ୍ୟରେ ୧୦୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୦୩ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୪, ଯାଜପୁରରୁ ୧, ବାଲେଶ୍ୱରରୁ ୫, ଭଦ୍ରକରୁ ୮, ଖୋର୍ଦ୍ଧାରୁ ୫, କେନ୍ଦ୍ରାପଡାରୁ ୧୫ରୁ, ଜଗତସିଂହପୁରରୁ ୧୦, ଦେବଗଡରୁ ୨୨, ବଲାଙ୍ଗୀରରୁ ୮, ମାଲକାନଗିରିରୁ ୯, ମୟୁରଭଞ୍ଜରୁ ୧, କେନ୍ଦୁଝରରୁ ୧, ଗଜପତିରୁ ୬, କୋରାପୁଟରୁ ୬, କନ୍ଧମାଳରୁ ୧, ଢେଙ୍କାନାଳରୁ ଜଣେ ରହିଛନ୍ତି । ମୋଟ ପଜିଟିଭଙ୍କ ମଧ୍ୟରୁ ୯୬ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ବେଳେ ୭ଜଣ ସ୍ଥାନୀୟ ଅଂଚଳ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୮୮୧ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୫୫୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୭ଜଣ ଏହି ରୋଗରେ ମୃତ୍ୟୁମୁଖରେ ପଡିଛନ୍ତି ।

hiranchal ad1
Leave A Reply

Your email address will not be published.

four − four =