କୋଭିଡ଼ ହସ୍ପିଟାଲ ଗଜପତିରେ ମକ ଡ୍ରିଲ

0 114

ଗଜପତି ଜିଲ୍ଲାର କୋଭିଡ଼ି ହସ୍ପିଟାଲରେ ଆଜିମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଏହା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପ୍ରତିନିଧି ଡ଼ ଶ୍ରୀକାନ୍ତ ରେଡିଙ୍କ ନେତୃତ୍ୱରେ ଏବଂ UNFPAର ପ୍ରତିନିଧି ଓ ରାହୁଲ ଲକ୍ଷଣ ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଵ୍ରହ୍ମପୁରର ଡ଼ ଦେବାଶିଷ ଦାସ ଓ S.ସେଠୀ ଙ୍କ ଉପସ୍ଥିତି ରେ କୋଭିଡ଼ି ହସ୍ପିଟାଲରେ ମକ ଡ୍ରିଲ କରାଯାଇ ଥିଲା ଏହି ମକ ଡ୍ରିଲ ର ଉଦ୍ୟେଶ ହେଲା ଯେ ଏଠାରେ ପ୍ରସ୍ତୁତି କିପରି ଅଛି ନିୟମାନୁଗତ ଶିଷ୍ଠ।ଚାର ଗଚ୍ଛିତ ରହିଥିବା ସରଞ୍ଜାମର ବ୍ୟବହାର କିପରି କରାଯାଇ ପାରିବ ଏହି ମକ ଡ୍ରିଲ ରେ କୋଭିଡ଼ି ହସ୍ପିଟାଲର ଡାକ୍ତର,ନର୍ସ,ଫାର୍ମାସିଷ୍ଟ, ଟେକ୍ନିସିୟାନ, ଆମ୍ବୁଲାନ୍ସ, ଡ୍ରାଇଭର,ଏଟେନେଣ୍ଡ, ନିରାପତ୍ତା ଦାଇତ୍ଵରେ ଥିବା କର୍ମଚାରୀ,ନଥିପତ୍ର ଦାଇତ୍ଵରେ ଥିବାକର୍ମଚାରୀ ପ୍ରାୟ 70 ଜଣ ଅନ୍ତର୍ଭୁକ୍ତ ଥିଲେ। ଏହି 8ଟି ବିଭାଗ ଯଥା ଆମ୍ବୁଲାନ୍ସ, ଜୀବାଣୁ ମୁକ୍ତ ପୋଷାକ ପରିଧାନ କରିବା,ସ୍କ୍ରିନିଂ, ସ୍ୱାବ ସଂଗ୍ରହ, ରୋଗୀମାନଙ୍କର ପରୀକ୍ଷା, ସମ୍ବନ୍ଧୀୟ, ଆସୋଲେସନ ୱାଡ଼ ଏବଂ ଆଇସିୟୁ ମାଧ୍ୟମରେ କରାଯାଇଛି। ଯେତେବେଳେ ଏକ କରୋନା ପଜିଟିଭ ରୋଗୀ କିପରି ଆମ୍ବୁଲାନ୍ସ ମାଧ୍ୟମରେ ଆସିବା ଠାରୁ ଆରମ୍ଭ କରି ପରବର୍ତ୍ତୀ ମୁହୂର୍ତ୍ତରେ ରିସେପସନ ଜୀବାଣୁ ମୁକ୍ତ ପୋଷାକ ପରିଧାନ କରିବା, ଓପିଡ଼ି ପରୀକ୍ଷାଗାର, ଆସୋଲେସନ ଏବଂ ଆସିୟୁକୁ ଯିବ ତାହା ଉପରେ ନକଲି ଅଭ୍ୟାସ କରାଯାଇ ଥିଲା।ଏହି କାର୍ଯ୍ୟକ୍ରମରେ ଆବଶ୍ୟକ ଥିବା ସମସ୍ତ ଅତ୍ୟାଧୁନିକ ସରଞ୍ଜାମ ବ୍ୟବହାର କରାଯାଇଥିଲା। ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଗୁନୁ ରାଣି ପଟ୍ଟନାୟକ ଏବଂ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟର ଡ଼ ଆନନ୍ଦ ସାମନ୍ତରା ସମସ୍ତ ଉପକରଣ ଯୋଗାଇ ଦେଇଥିବା ବେଳେ ପ୍ରଶାସନ ତରଫରୁଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀଯୁକ୍ତ କରୁଣାକର ରାଇକା ସମସ୍ତ ପ୍ରକାର ସହଯୋଗ କରିଥିଲେ ।ଏଥିରେ ହାଇଟେକ ଭେଷଜ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ସଂପୂର୍ଣ୍ଣ ଭାଗ ନେଇଥିଲେ।ଏହି ମକ ଡ୍ରିଲ ଦ୍ଵାରା ସମସ୍ତ କର୍ମଚାରୀ କିପରି ଶତପ୍ରତିଶତ ନିଜକୁ ବ୍ୟବହାର କରିବେ ଏବଂ ଅତ୍ୟାଧୁନିକ ସରଞ୍ଜାମକୁ କିପରି ବ୍ୟବହାର କରିବେ ତାହା ଉପରେ ବିସ୍ତୃତ ଭାବେ ଅନୁଭୂତି ତିଆରି ହେବା ସହ ଉପସ୍ଥିତ ଥିବା ବିଶେଷଜ୍ଞଙ୍କ ମନ୍ତବ୍ୟ ମଧ୍ୟ ସମସ୍ତଙ୍କ ପାଇଁ ଉପଯୋଗୀ ଥିଲା

hiranchal ad1
Leave A Reply

Your email address will not be published.

9 + 5 =