ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

0 142

ଭୁବନେଶ୍ବର: ଲଘୁଚାପ ସୃଷ୍ଟି ହେବା ଫଳରେ ଆଜିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୧୧ ତାରିଖ ଯାଏ ଏଭଳି ସ୍ଥିତି ଲାଗି ରହିବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଟୁଇଟର ଜରିଆରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆଜିଠାରୁ ସମୁଦ୍ର ଅଶାନ୍ତ ରହିବ। ଏଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ଲାଗି ବାରଣ କରାଯାଇଛି। ଆଜି ପାଇଁ ୧୧ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଚେତାବନୀ ଦିଆଯାଇଛି। ଅତି ପ୍ରବଳ ବର୍ଷା ପ୍ରଭାବରେ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ରହିଛି। ଏହି ସମୟରେ ତଳୁଆ ଅଞ୍ଚଳ, ଅଣ୍ଡର-ପାସ ରୋଡରେ ପାଣି ଜମିବା ସହ , କଚ୍ଚା-ରାସ୍ତା ଓ କଚ୍ଚା ଘର ପ୍ରଭାବିତ ହେବାର ସମ୍ଭାବନା ରହିଛି।

hiring

ଠିକ୍ ସେହିପରି ତଳୁଆ ଚାଷଜମିରୁ ବର୍ଷା ଜଳ ନିଷ୍କାସନ ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ପ୍ରବଳ ବର୍ଷା ସମୟରେ ଦୃଶ୍ୟମାନ ଦୂରତା କମିଯାଉଥିବାରୁ, ଯାତାୟାତରୁ ନିବୃତ୍ତ ରହିବାକୁ ବି କୁହାଯାଇଛି। ବର୍ଷା ପ୍ରଭାବରେ ସହରାଞ୍ଚଳରେ ଟ୍ରାଫିକ ସମସ୍ୟା ଉପୁଜିବାର ଆଶଙ୍କାକୁ ଏଡ଼ାଇଦିଆଯାଇ ନ ପାରେ।

hiranchal ad1
Leave A Reply

Your email address will not be published.

14 + 12 =