ବର୍ଷା ଜନିତ ପାଣି ଘେରକୁ ନ ଯିବା ପାଇଁ ଜିଲ୍ଲାପାଳଙ୍କ ସତର୍କ ସୂଚନା

0 94

ନବରଙ୍ଗପୁର: ଜିଲ୍ଲାପାଳ ଡ଼ଃ. କମଳ ଲୋଚନ ମିଶ୍ର ଲଘୁଚାପ ଜନିତ ବର୍ଷା ପ୍ରଭାବରେ କ୍ଷୟକ୍ଷତିରୁ ରକ୍ଷା ପାଇବା ପାଇଁ ସତର୍କ ସୂଚନା ଦେଇଛନ୍ତି । ଜିଲ୍ଲାପାଳ ଡ଼ଃ. ମିଶ୍ର କହିଛନ୍ତି, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘଚାପଜନିତ ବର୍ଷା ଯୋଗୁଁ ଆସନ୍ତା ଅଗଷ୍ଟ ୧୦ ତାରିଖ ଯାଏଁ ନବରଙ୍ଗପୁର ଜିଲ୍ଲାରେ ଅବସ୍ଥିତ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମା ହୋଇ ରହିବ । ଏହି ବର୍ଷା ଜନିତ ପାଣି ଘେରକୁ କେହି ଯାଆନ୍ତୁ ନାହିଁ । ରାସ୍ତା, ପୋଲ, ଖାଲୁଆ ସ୍ଥାନରେ ଜମା ହୋଇ ରହିଥିବା ଓ ବୋହି ଯାଉଥିବା ପାଣି ଦେଇ ଗାଡ଼ି, ମୋଟର, ସାଇକଲ କିମ୍ବା ଚାଲି କି ଯାଆନ୍ତୁ ନାହିଁ । ଛୋଟ ପିଲା, ବୃଦ୍ଧ, ମାନସିକ ଓ ଶାରିରୀକ ଅକ୍ଷମ ବ୍ୟକ୍ତିଙ୍କୁ ବାହାରେ ଛାଡ଼ିବା ଉଚିତ୍‌ ନୁହେଁ । ନିଜେ ସୁରକ୍ଷିତ ରହି ଅନ୍ୟଙ୍କୁ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

seventeen + 10 =