ନିମ୍ନମାନର କାମ ଯୋଗୁଁ ମାସେ ନପୁରୁଣୁ ଉଠିଲା ପିଚୁ

0 534

ବୌଦ୍ଧ: ବୁଟୁପାଲି ଠାରୁ ପନ୍ଥାଇ ରାସ୍ତାରେ ହୋଇଥିବା ରାସ୍ତାକାମ ନିମ୍ନମାନର ହୋଇଥିବାରୁ ନିର୍ମାଣର କିଛିଦିନ ମଧ୍ୟରେ ସ୍ଥାନେସ୍ଥାନେ ରାସ୍ତା ଦବିଯିବାସହ ପିଚୁ ଉଠିଯାଇଥିବା ଦେଖିବାକୁ ମିଳିଛି । ବୌଦ୍ଧ ପୂର୍ତ୍ତବିଭାଗ ଅଧୀନରେ ଥିବା ଏହି ରାସ୍ତାରେ ପ୍ରତିବର୍ଷ କିଛି କିଛି କାମ ହେଉଥିଲେ ମଧ୍ୟ ତାହା ବେଶିଦିନ ରହୁନଥିବା ଅଭିଯୋଗ ହେଉଛି । ଦୁଇବର୍ଷ ତଳେ ବୁଟୁପାଲି-ପନ୍ଥାଇ ରାସ୍ତା ପୂର୍ତ୍ତବିଭାଗକୁ ହସ୍ତାନ୍ତର ହୋଥିବାବେଳେ ତା ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ (ଆରଡି) ଅଧୀନରେ ଉକ୍ତ ରାସ୍ତା ୨୫ ବର୍ଷରୁ ଅଧିକ ସମୟ ଧରି ରହିଥିଲା । ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏ ରାସ୍ତାର ଅବସ୍ଥା କେବେ ବଦଳୁନଥିବା ଦେଖିବାକୁ ମିଳେ । ଅଳ୍ପଦିନ ତଳେ ପୂର୍ତ୍ତବିଭାଗ ନାଏକପଡା କେନାଲଛକଠାରୁ କରୁଣପାଲି ନିକଟ ମେନ୍ କେନାଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଇଥିଲା । ନିର୍ମାଣର ମାତ୍ର ଅଳ୍ପଦିନ ଭିତରେ ରାସ୍ତା ଦବିଯିବା ସହ ପିଚୁ ଉଠିପଡିବା କାର୍ଯ୍ୟର ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

2 + 7 =