“ହୀରାଞ୍ଚଳ’ର ପ୍ରଭାବ : ରାସ୍ତାକଡରୁ ଶୁଖିଲା ଗଛକାଟି ସଫାକଲେ ବିଭାଗୀୟ କର୍ତ୍ତୃପକ୍ଷ

0 134

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଲକର ମୁଖ୍ୟ ସଡ଼କ ନିକଟରେ ରହିଥିବା ଶୁଖିଲା ଗଛ ଗୁଡ଼ିକ ଚିହ୍ନଟ କରି କାଟିବା ଆରମ୍ଭ ହୋଇଛି । ଗତ ୨୪ ତାରିଖରେ ରାସ୍ତା କଡ଼ ଶୁଖିଲା ଗଛ ଦ୍ୱାରା ହେଉଥିବା ସମସ୍ୟା ବିଷୟରେ ଦୈନିକ ହୀରାଞ୍ଚଳ ଓ ହୀରାଞ୍ଚଳ ଲାଇଭରେ ଖବର ପ୍ରସାରିତ ହୋଇଥିଲା । ଖବର ପ୍ରସାରଣ ପରେ ପୂର୍ତ୍ତ ବିଭାଗ ପକ୍ଷରୁ ଏହାକୁ ଗୁରୁତ୍ୱ ମନେକରି ରାସ୍ତା କଡ଼ରେ ରହିଥିବା ଶୁଖିଲା ଗଛ ଗୁଡ଼ିକୁ ଜେସିବି ମେସିନ ମାଧ୍ୟମରେ ଖୋଳି ସମ୍ପୂର୍ଣ୍ଣ ବାହାର କରୁଥିବା ଦେଖିବାକୁ ମିଳିଛି । ଏହି ଶୁଖିଲା ଗଛ ଯାତ୍ରୀ ମାନଙ୍କ ପାଇଁ ଅସୁବିଧାର କାରଣ ବା ଦୁର୍ଘଟଣାର କାରଣ ହେଉଥିଲା । ରାସ୍ତା କଡ଼ରେ ଥିବା ଶୁଖିଲା ଗଛ ଗୁଡ଼ିକ ରାଜପଥ ଦାୟୀତ୍ୱରେ ଥିବା ବିଭାଗ ସଫା କରିବେ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସର ମଧ୍ୟରେ ଥିବା ଗଛ ଗୁଡ଼ିକ ଏନଏସି କାଟି ସଫା କରିବା ନିମନ୍ତେ ଆଲୋଚନା ହୋଇ ଚିଠି ହେବା ପରେ ଆଜି କଳିଙ୍ଗା ନିକଟରେ ରହିଥିବା ଶୁଖିଲା ଗଛକୁ ଜେସିବି ମାଧ୍ୟମରେ ସଫା କରିବା ଆରମ୍ଭ ହୋଇଛି ।ଏହି ଗଛ ଗୁଡ଼ିକୁ କାଟିବା ପରେ ଆକସ୍ମିକ ଦୁର୍ଘଟଣାକୁ ଏଡ଼ଯାଇ ପାରିବ ଓ ଯାତ୍ରୀମାନେ ସୁରକ୍ଷିତ ଯାତ୍ରା କରିପାରିବେ ।

hiranchal ad1
Leave A Reply

Your email address will not be published.

eight + 9 =