ଦଶପଲ୍ଲା ପଶ୍ଚିମାଞ୍ଚଳରେ ନେତା ମାଳ ମାଳ, ବିକାଶ ଦୁର୍ବଳ

0 427

ଦଶପଲ୍ଲା : ଦଶପଲ୍ଲା ରାଜନୀତିର ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡି ହାଟରେ ଗିଡିଗିଡାଉଥିଲାବେଳେ ଗୋଷ୍ଠୀ କନ୍ଦଳରେ ଲିପ୍ତରହି ବିକାଶ କଥାକୁ ପାଶୋରି ଦେଇଛନ୍ତି କଥା କଥିତ ନେତାମାନେ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ କୁଜାମେଣ୍ଢି, ବାଣୀଗୋଛା, କୁଲୁରୁକୁମ୍ପା, ଚଢେୟାପଲ୍ଲୀ, କଳସା ଖମଣ,ନୂଆଗାଁ ଓ ଟାକରା ପଞ୍ଚାୟତର ହେଉଛି ଏହାର ଜ୍ୱଳନ୍ତ ଉଦାହରଣ । ଦଶପଲ୍ଲା ବ୍ଲକର ଏହି ପଂଚାୟତ ଗୁଡ଼ିକରେ ରାଜନୈତିକ ପାଣିପାଗ ସବୁବେଳେ ଉଷ୍ମ ରହୁଥିବା ବେଳେ, ବିକାଶ ଗାଁଠାରୁ ବହୁ ଦୂରରେ ରହିଛି । ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଗାଁ ଗୁଡିକୁ ଭଲ ରାସ୍ତାଟିଏ ନ ଥିବାବେଳେ, ଅନ୍ୟ ସବୁ ସୁଖ ସୁବିଧା ଏମାନଙ୍କ ପାଇଁ ଏକ ସୁନେଲି ସ୍ୱପ୍ନ ଭଳି ମନେହୁଏ ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଥିବା ନେଇ ଡିଣ୍ଡିମ ପିଟୁଛନ୍ତି । ହେଲେ ଏହି ଆଦିବାସୀ ଅଧ୍ୟୁଷିତ ପଂଚାୟତ ଗୁଡିକରେ ବିକାଶ ଆଣ୍ଠେଇ ପଡ଼ିଥିବା ଭଳି ଲାଗୁଛି । ଦଶପଲ୍ଲା ବ୍ଲକ୍‌ର ଏହି ପଂଚାୟତ ଗୁଡିକୁ ମୋବାଇଲ ସେବା, ରାସ୍ତା,ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଭଲି ମୌଳିକ ସେବା ଯୋଗାଇବାରେ ପ୍ରଶାସନ ବିଫଳ ହୋଇଛି । ନିର୍ବାଚନ ସମୟରେ ମାଳ ମାଳ ନେତା ଗାଁକୁ ଆସି ଗଦା ଗଦା ପ୍ରତିଶୃତିରେ ପୋତି ପକାଉଥିବାବେଳେ ନିର୍ବାଚନ ପରେ ବିକାଶ ପାଇଁ କେହି ଚିନ୍ତା କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଏହି ଅଂଚଳର ଅନେକ ବୁଦ୍ଧିଜୀବୀ ଓ ଚିନ୍ତାଶୀଳ ବ୍ୟକ୍ତି ।

hiranchal ad1
Leave A Reply

Your email address will not be published.

twelve − 3 =