ଜହ୍ନାପଙ୍କ: ବୌଦ୍ଧ ବ୍ଳକ ଖୁଂଟବନ୍ଧ ଗ୍ରାମର ବାସିନ୍ଦା ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ରମେଶ ଚନ୍ଦ୍ର ମିଶ୍ରଙ୍କ ୯୨ ବର୍ଷ ବୟସରେ ଗୁରୁବାର ନିଜ ବାସଭବନରେ ପରଲୋକ ଘଟିଛି । ତାଙ୍କର ମୃତ୍ୟୁ ଖବର ଶୁଣି ଆତ୍ମୀୟ ସ୍ୱଜନ ଶେଷ ଦର୍ଶନ କରିଥିଲେ । ୧୯୮୮ ମସିହାରେ ସରସରା ରାଜସ୍ୱ କାର୍ଯ୍ୟାଳୟ ଅବସର ଗ୍ରହଣ କରିଥିଲେ । ୧୯୬୫ ମସିହାରେ ବୌଦ୍ଧ ଜିଲ୍ଲା ପରା ରାଜସ୍ୱ ମଣ୍ଡଳରେ ଚାକିରୀ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ସାଗଡା, ଦହ୍ୟା ଓ ବାଉଁଶୁଣି ରାଜସ୍ୱ ମଣ୍ଡଳରେ କାର୍ଯ୍ୟ କରିଥିଲେ । ସେ ୧୯୩୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ମୃତ୍ୟୁ ବେଳେ ତାଙ୍କର ପୁଅ ମୁରଲୀ, କୃଷ୍ଣ, ପୁତ୍ର ବଧୂ, ନାତି ନାତୁଣୀ ଓ ତିନି ଝିଅ ଉପସ୍ଥିତ ଥିଲେ । ସ୍ଥାନୀୟ ସ୍ମଶାନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ବଡ ପୁଅ ମୁରଲୀ ମିଶ୍ର ମୁଖାଗ୍ନି ଦେଇଥିଲେ ।