ପାଟଣାଗଡ ଭୂଲିଆ ସମାଜ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

0 232

ପାଟଣାଗଡ : ପାଟଣାଗଡ ଭୂଲିଆ ସମାଜ ପକ୍ଷରୁ ୧୬୧ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସ୍ଥାନୀୟ ଭୂଲିଆ ଧର୍ମଶାଳା ଠାରେ ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା ସମ୍ମୁଖରେ ଥିବା ସ୍ୱଭାବ କବି ଶ୍ରୀ ମେହେରଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଭୂଲିଆ ସମାଜର ପାଟଣାଗଡ ସଭାପତି ଡ଼ ବୃନ୍ଦାବନ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି, ଲକ୍ଷ୍ମଣ ମେହେର ମୁଖ୍ୟ ବକ୍ତା ,ଗୋଲାପ ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କାବ୍ୟ କବିତା ରଚନାବଳୀର ତପସ୍ୱିନୀ, ପ୍ରଣୟ ବଲ୍ଲରୀ, ଇନ୍ଦୁମତୀ, କିଚକ ବଧ ଉପରେ ସବିଶେଷ ଆଲୋଚନା କରି ନାରୀ ସମ୍ମାନ, ଭୂଲିଆ ସମାଜକୁ କିିପରି ହୋଇଯାଇଛି । ଧର୍ମଶାଳା ସମ୍ମୁଖରେ ଥିବା ସ୍ୱଭାବ କବି ଶ୍ରୀ ମେହେରଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମେହେର ତାଙ୍କ ବକ୍ତବ୍ୟରେ କହିଥିଲେ ଭୂଲିଆ (ମେହେର) ସମାଜ ସବୁବେଳେ ଏକତା ହୋଇ ରହିକାମ କଲେ ଆହୁରି ସମାଜ ଆଗକୁ ଯାଇପାରିବ ବୋଲି କହିବା ସହ ମେହେର ସମାଜର ଏକ ରାଜ୍ୟ ସ୍ତରୀୟ ଧର୍ମଶାଳା ଭୁବନେଶ୍ୱରରେ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜମି ମାଗି ଧର୍ମଶାଳା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ଭୂଲିଆ ସମାଜ ବିଶିଷ୍ଟ ବ୍ୟକ୍ତି ବିଶେଷ କବି ସାହିତ୍ୟକ ବ୍ୟତିତ ବିଭିନ୍ନ ସ୍ତରର କର୍ମକର୍ତ୍ତାଙ୍କ ସମେତ ପାଟଣାଗଡ଼ ବେଳପଡା ଖପ୍ରାଖୋଲ ବ୍ଲକରୁ ଶତାଧିକ ମହିଳା ପୁରୁଷ ଯୋଗଦେଇଥିଲେ । ତେଜରାମ ମେହେର ସଭା ପରିଚାଳନା କରିଥିବା ବେଳେ ଡ଼ ବୃନ୍ଦାବନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

14 − ten =