ରାଜ୍ୟରେ ଆଉ ୯୯ କରୋନା ରୋଗୀ ହେଲେ ସୁସ୍ଥ

0 109

ଭୁବନେଶ୍ୱର : ରାଜ୍ୟରେ ଆଉ ୯୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ମୋଟ୍ ୬୪୯ଜଣ କରୋନା ଆକ୍ରାନ୍ତ ଏପର୍ଯ୍ୟନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୪ଜଣ ବାଲେଶ୍ୱର ଜିଲ୍ଲାର, ୧୫ଜଣ ଗଞ୍ଜାମ ଜିଲ୍ଲାର, ୧୩ଜଣ ଲେଖାଏଁ ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର, ୧୦ଜଣ ପୁରୀ ଜିଲ୍ଲାର, ୯ଜଣ ଭଦ୍ରକର, ୩ଜଣ ନୟାଗଡ, ଦେବଗଡ ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଆଜି ସକାଳେ ସେହିପରି ୧୦୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

3 × three =