ଲଘୁଚାପ ବର୍ଷା ଓ ମହାନଦୀରେ ଜଳବୃଦ୍ଧି ଯୋଗୁଁ ବୌଦ୍ଧରେ ବନ୍ୟା ପରିସ୍ଥିତି

0 412

ବୌଦ୍ଧ:ଉପର ମୁଣ୍ଡରେ ବର୍ଷା ହେବାରୁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଉଛି । ଲଗାଣ ବର୍ଷା ସାଙ୍ଗକୁ ହୀରାକୁଦ ଜଳଭଣ୍ଡାରରୁ ପର୍ଯ୍ୟାୟକ୍ରମେ ୩୪ ଟି ଗେଟ୍‌ ଖୋଲାଯିବା ପରେ ବୌଦ୍ଧ ଜିଲ୍ଲାରେ ମହାନଦୀରେ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାବେଳେ ଉଭୟ ତେଲନଦୀ ଓ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ସହିତ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମହାନଦୀରେ ବନ୍ୟା ଯୋଗୁଁ ହରଭଙ୍ଗା-ଧଳପୁର ଜଗନ୍ନାଥ ସଡ଼କର ସାକୁସିଙ୍ଗା ନାଳ , କୁଶାସିଙ୍ଗା ନାଳ, ଡିଆଁଘାଟ ପୋଲ, ମଲ୍ଲିକପଡା ପୋଲ, ସଦଲଗଣ୍ଡା ନାଳ ଭେଜିଗୋରା ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ବୌଦ୍ଧ-ହରଭଙ୍ଗାକୁ ଯାତାୟାତ ଠପ ହୋଇଥିବା ବେଳେ ୫୦ ରୁ ଉର୍ଦ୍ଧ୍ୱ ଗାଁ ଜଳବନ୍ଦୀ ହୋଇଛି । ମାରାଡ଼ା ଓ ଖଣ୍ଡିସାହି ବନ୍ୟାଜଳ ଘେରରେ ରହିଥିବା ଜଣାପଡିଛି । ମହାନଦୀ ବନ୍ୟାଜଳରେ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହେବା ସହିତ ଧାନ ଗଛ ଗୁଡିକ ବନ୍ୟାପାଣିରେ ବୁଡି ରହିଛି ।

hiring

ସେପଟେ ପ୍ରଶାସନ ତରଫରୁ ହରଭଙ୍ଗା ତଳିଆ ଅଂଚଳ ଗୁଡ଼ିକୁ ରେଡଯୋନ ତାଲିକା ଭୁକ୍ତ କରାଯାଇ ଲୋକଙ୍କୁ ସତର୍କ କରାଯାଇଛି । ସେହିଭଳି ସମ୍ପୃକ୍ତ ଅଂଚଳର ଆରଆଇ ଓ ପଂଚାୟତ ନିର୍ବାହି ଅଧିକାରୀଙ୍କୁ ଆଲର୍ଟ କରାଯାଇଛି । ବର୍ତ୍ତମାନ ବୌଦ୍ଧ ସହରର ତଳିଆ ଅଞ୍ଚଳ ଗୁଡିକରେ ମଧ୍ୟ ବନ୍ୟାଜଳ ପ୍ରବେଶ କଲାଣି । ବୌଦ୍ଧର କେନ୍ଦ୍ରୀୟ ବିଦ୍ୟାଳୟ, ଗୋଠସାହି, ଇରିଗେସନ କଲୋନୀ ବନ୍ୟାଜଳ ଘେରରେ ରହିଛି । ଏବେ ମଧ୍ୟ ବର୍ଷା ଜାରି ରହିଥିବାବେଳେ ପ୍ରଶାସନ ତରଫରୁ ସହରରେ ଡାକବାଜି ଦ୍ୱାରା ବନ୍ୟା ସଂପର୍କିତ କୌଣସି ସୂଚନା ଦିଆଯାଇନଥିବାରୁ ତଳିଆ ଅଞ୍ଚଳର ଲୋମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବୌଦ୍ଧରେ ମହାନଦୀ ବିପଦ ସଂକେତ ୮୭.୮୦ ମିଟର ରହିଥିବା ବେଳେ ବର୍ତ୍ତମାନ ଦିନ ୧ଘଣ୍ଟା ସୁଦ୍ଧା ବିପଦ ସଙ୍କେତକୁ ଟପି ୮୭.୮୮ ମିଟର ରହିଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି । ଆଜିସୁଦ୍ଧା ବୌଦ୍ଧ ଜିଲ୍ଲାର ବୌଦ୍ଧ ବ୍ଲକରେ ୩୮.୨ ମି.ମି, ହରଭଙ୍ଗା ବ୍ଲକରେ ୩୫ ମି.ମି ବର୍ଷା ହୋଇଥିବାବେଳେ କଣ୍ଟାମାଳ ବ୍ଲକରେ ସର୍ବାଧିକ ୬୦.୪ ମି.ମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

hiranchal ad1
Leave A Reply

Your email address will not be published.

five × five =