କଣ୍ଟାମାଳ,୧୭/୮- ସ୍ୱାଧୀନତାର ୭୫ ବର୍ଷ ଅବସରରେ ପାଳିତ ହେଉଥିବା ସ୍ୱାଧୀନତାର ଅମୃତ ମହୋତ୍ସବ ଏବଂ ୭୬ ତମ ସ୍ୱାଧୀନତା ଦିବସ ମହାସମାରୋହରେ କାମାଳବ୍ଳକ ଝିଙ୍କେରପାଲିସ୍ଥିତ ଐତିହ୍ୟ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ଯୋଗ ଦେଇ ଜା୍ତୀୟ ପତାକା ଉୋଳନ କରିବା ସହ କଷ୍ଟଲବ୍ଧ ସ୍ୱାଧୀନତା ସହ ଗଣତନ୍ତ୍ର ପ୍ରତିଷ୍ଠା କରି ଭାରତ ଆଜି ସମଗ୍ର ବିଶ୍ୱସ୍ତରରେ ବେଶ ପରିଚୟ ଲାଭ କରି ପାରିଛି । ୭୫ ବର୍ଷର ସ୍ୱାଧୀନତା ଆମ ସଭିଙ୍କ ପାଇଁ ଗୌରବ ଆଣିବା ସହ ଏହି ଅମୃତ ମହୋତ୍ସବ ହିଁ ପ୍ରତ୍ୟେକ ଭାରତୀୟଙ୍କୁ ଦେଶପ୍ରେମରେ ଉଦବୃଦ୍ଧ କରାଇବାରେ ସହାୟକ ହେବ ।
ଏହି ଅବସରରେ ସମାଜସେବୀ ଦିବ୍ୟଶଙ୍କର ରାଉତଙ୍କୁ ଗ୍ରାମ୍ୟ କମିଟି ତରଫରୁ ଉପଢୌକନ ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଗ୍ରାମର ମହିଳା, ଯୁବକ ଓ ଖଟିଖିଆଙ୍କୁ ନେଇ ୭୫ ଫୁଟ ତ୍ରିରଙ୍ଗାକୁ ନେଇ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା । ଏହି ଉତ୍ସବରେ ଅନ୍ୟମାନଙ୍କ ସହ ସମାଜସେବୀ ଓମ ପ୍ରକାଶ ମିଶ୍ର, ଅବସରପ୍ରାପ୍ତ ସେନା କର୍ମଚାରୀ ମନୋଜ ମହାନ୍ତି, ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସଦାଶିବ ପାଢୀ ଓ ଗ୍ରାମବାସୀ ପରିଚାଳନା କରିଥିଲେ ।