ମାଓବାଦୀ କ୍ୟାମ୍ପରେ ଚଢ଼ାଉ, ବିପୁଳ ମାଓ ସାମଗ୍ରୀ ଜବତ

0 391

ଫୁଲବାଣୀ: କନ୍ଧମାଳ ଏସପି ଭିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ଏସଓଜି ଓ ଡ଼ିଭିଏଫ ଯବାନମାନେ ଲଗାଣ ବର୍ଷା ସତ୍ତେ୍ୱ ଗତ ମଙ୍ଗଳବାର ଓ ବୁଧବାର ଦୁଇଦିନ ଗୋଛାପଡା ଥାନା ସୁମଙ୍ଗି ଗ୍ରାମ ନିକଟ ଜଙ୍ଗଲରେ କମ୍ବିଙ୍ଗ ଅପରେସନ କରିବା ସହ ମାଓବାଦି କ୍ୟାମ୍ପ ଉପରେ ମଧ୍ୟ ଚଢ଼ାଉ କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିବା ନେଇ ଆଜି ଶୁକ୍ରବାର କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ ନିଜ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଜବତ ସାମଗ୍ରୀ ମଧ୍ୟରେ ରହିଛି କିଛି ମାଓ ପୋଷାକ, ମେଡିସିନ, ଜିଲେଟିନ ଷ୍ଟିକ, ବିଦ୍ୟୁତ ତାର, ଜଗ କମଳ, ଜ୍ୟାକେଟ, ସେଫଟି ଫିଉଜ, ସାବୁନ ତେଲ, ଲେଡିଜ ଇନର ଆଦି ୧୮ ପ୍ରକାର ସାମଗ୍ରୀମାନ ଥିବା ଏସପି ବିନୀତ ଅଗ୍ରୱାଲ କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ମେ ମାସ ୨୨ରେ ଛତିଶଗଡ଼ ବିଜେପୁର ଜିଲ୍ଲା ଅନ୍ତର୍ଗତ ବାସା ଗୁଡାଥାନା ଅନ୍ତର୍ଗତ ଡ଼ାଲା ଗ୍ରାମର ଅଶୋକ ପୁନେ ନାମକ ଜଣେ ହାର୍ଡ କୋର ମାଓବାଦୀ ଓ ଏରିଆ କମିଟି ସଦସ୍ୟ ଏସପି ଭିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା । କନ୍ଧମାଳ ଏସପି ବିନୀତ ଅଗ୍ରୱାଲଙ୍କ ରଣ କୌଶଳ, ଲଗାତାର କମ୍ବିଂ ଅପରେସନ ଯୋଗୁଁ ଜିଲ୍ଲାରେ ମାଓ ସଂଗଠନ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

3 × two =