ଜନହାପଙ୍କ: ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ନାରାୟଣ ନଗରରେ ଭାରତୀୟ ଷ୍ଟେଟବ୍ୟାଙ୍କ ପକ୍ଷରୁ ଏଟିଏମ କାଉଣ୍ଟର ୨୦୧୧ ମସିହାରେ ସ୍ଥାପନ କରାଯାଇଥିଲା । ପ୍ରକୃତରେ ଏହି ଏଟିଏମଟି ଜହ୍ନାପଙ୍କ ଛକଠାରେ ସ୍ଥାପନ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କିନ୍ତୁ ନାରାୟଣନଗରର ଜୈନିକ ବ୍ୟକ୍ତି ମୋଟା ଅଙ୍କର ଲାଞ୍ଚ ଦେଇ ନିଜ ଘରେ କରିବାକୁ ସକ୍ଷମ ହୋଇଥିଲେ । ଏଟିଏମଟି ଏପରି ଜାଗାରେ ଅଛି ଯେ ଆଜି ପର୍ଯ୍ୟନ୍ତ ଅନେକ ଲୋକ ଜାଣି ପାରୁନାହାନ୍ତି । ଫଳରେ ଲୋକ ମାନେ ଟଙ୍କା ଉଠାଣ ପାଇଁ ସାହାଜପାଲ କିମ୍ବା ବଲାସିଙ୍ଗା ଯାଇ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି । ଗ୍ରାହକମାନଙ୍କୁ ଉନ୍ନତ ମାନର ସେବା ଯୋଗାଇ ଦେବା ପାଇଁ ଗ୍ରାହକ ପିଛା ବାର୍ଷିକ ଏକ ନିର୍ଦ୍ଦିଷ୍ଟ ମୂଲ୍ୟର ସେବା ଟିକସ ବ୍ୟାଙ୍କ ପକ୍ଷରୁ ନିଆଯାଉଥିବାବେଳେ ଏଟିଏମ ପରିଚାଳନା ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉନଥିବା ଗ୍ରାହକ ମାନେ ଅଭିଯୋଗ କରିଛନ୍ତି । ଏହି ଏଟିଏମରେ ଏସି ଲାଗିନଥିବାରୁ ଖରା ଦିନେ ଭିତରେ ମୁହୂର୍ତ୍ତଟିଏ ଠିଆହେବା ମୁସ୍କିଲ ହୋଇ ପଡୁଛି । ହେଲେ କିଛି ଉପାୟ ନପାଇ ଝାଳନାଳ ହୋଇ ଏଟିଏମରୁ ଟଙ୍କା ଉଠାଇବାକୁ ବାଧ୍ୟ ହେଉଛନ୍ତି । ତୁରନ୍ତ ଏହି ଏଟିଏମକୁ ଜହ୍ନାପଙ୍କ-ଚାରିଶମ୍ଭୁ ମୁଖ୍ୟ ରାସ୍ତାକୁ ଉଠାଇବାକୁ ଦାବୀହେଉଛି ।