ପାରଂପାରିକ ଟେରାକୋଟା ହନୁମାନ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

0 100

ସୁବର୍ଣ୍ଣପୁର,୨୧/୮- ସୋନପୁରର ନିଆରା ପର୍ବ ଲଙ୍କାପୋଡି ଆସନ୍ତା ୨୬ ତାରିଖ ଦିନ ପବିତ୍ର ଭାଦ୍ରବ ଅମାବାସ୍ୟା ଦିନ ମହାସମାରୋହରେ ପାଳନ କରାଯିବ । ଏଥିପୂର୍ବରୁ ଏହି ହଜି ଯାଉଥିବା ନିଆରା ପର୍ବକୁ ଉଦଜୀବିତ କରିବାପାଇଁ ଆଜି ସ୍ଥାନୀୟ ଟାଉନ ହଲଠାରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ୍ୟରେ ପାରଂପାରିକ ଟେରାକୋଟା ହନୁମାନ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ୨ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ପ୍ରଥମରୁ ପଂଚମ ଓ ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ଦୁଇଟି ଗୃପରେ ଭାଗକରାଯାଇ କନିଷ୍ଠ ବିଭାଗର କୁମାର ଆଦିତ୍ୟ ବେହେରା, କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଥମ, ମନୀଷା ମନସ୍ୱିନୀ ଭୋଇ, କିଡ୍ସ ଇଂରାଜୀ ବିଦ୍ୟାଳୟ ଦ୍ୱିତୀୟ ଓ ପ୍ରାନ୍ସି ପ୍ରିୟଦର୍ଶିନୀ ପୁଝାହାରୀ, ଆଇଡିଏଲ ପବ୍ଲିକ ସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ବରିଷ୍ଠ ବିଭାଗରେ ପ୍ରଥମ ରଂଜନ ପଣ୍ଡା, କିଡ୍ସ ଇଂରାଜୀ ବିଦ୍ୟାଳୟ ଦ୍ୱିତୀୟ, ସୁମିତ କୁମାର ମେହେର, ମହାରାଜା ହାଇସ୍କୁଲ, ଓ ଶୋହନ ମେହେର , କିଡସ ଇଂରାଜି ବିଦ୍ୟାଳୟ, ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଲଙ୍କାପୋଡି ମହୋତ୍ସବ କମିଟି ଓ ନାଟ୍ୟଚକ୍ର ସୁବର୍ଣ୍ଣପୁରର ମିଳିତ ଉଦମ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଚିତ୍ରଶିଳ୍ପୀ ରୋହିତ ମହାପାତ୍ର , ସିଦ୍ଧାର୍ଥ ମିଶ୍ର ଓ ଅଙ୍କିତା କଅଁର ବିଚାରକ ଭାବେ ଯୋଗଦେଇଥିଲେ । ପ୍ରତିଯୋଗିତାକୁ ମନୋଜ ବାରିକ, ଗୌରୀଶଙ୍କର ଦଣ୍ଡସେନା , କିରଣମୟୀ ବାରିକ ପରିଚାଳନା କରିଥିଲେ । କୃତି ପ୍ରତିଯୋଗୀମାନଙ୍କୁ ଆସନ୍ତା ୨୬ ତାରିଖ ସଂଧ୍ୟାରେ ସ୍ଥାନୀୟ ଟାଉନ ହଲଠାରେ ଅନୁଷ୍ଠିତ ହେବାକୁଥିବା ଲଙ୍କାପୋଡି ମହୋତ୍ସବ ଦିନ ପୁରସ୍କୃତ କରାଯିବା ସହିତ ସେହିଦିନ ପାରଂପାରିକ ଟେରାକୋଟା ହନୁମାନ ସାଜସଜ୍ଜା ପ୍ରତିଯୋଗୀତା ,ସାମୁହିକ ହନୁମାନ ଚାଳିଶା ପଠନ ସହିତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ବୋଲି ମୁଖ୍ୟ ଆୟୋଜକ ଶ୍ୟାମା ଓଁ ପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

twenty − eight =