ପୁରୀ : ପୁରୀ ଜିଲ୍ଲାରେ ବନ୍ୟା ସ୍ଥିତି ସୁଧୁରି ନାହିଁ । ଅନେକ ଅଞ୍ଚଳ ଜଳବନ୍ଦୀ ଘେରରେ ରହିଛି । ଛାତ୍ରଛାତ୍ରୀ ମାନେ ସ୍କୁଲ୍ ଯିବା ସମ୍ଭବ ନୁହେଁ । ଏଣୁ ପୁରୀ ଜିଲ୍ଲାରେ ଯେଉଁ ପଞ୍ଚାୟତରେ ବନ୍ୟାଜଳ ଛାଡି ନାହିଁ ଉକ୍ତ ଅଞ୍ଚଲରେ ଆଉ ଦୁଇ ଦିନ ସ୍କୁଲ୍ ବନ୍ଦ୍ ନେଇ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଅନ୍ୟପଟେ ବନ୍ୟା ପ୍ରଭାବିତ ଜିଲ୍ଲାରେ ସ୍ଥିତି ଦେଖି ସ୍କୁଲ୍ ଖୋଲିବା ନିଷ୍ପତି ନେବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।