କାଦୁଆ ପଚପଚ ରାସ୍ତାରେ କଲେଜ ଯାଉଛନ୍ତି ଛାତ୍ରଛାତ୍ରୀ, କଂକ୍ରିଟ୍‌ ରାସ୍ତା କରିବାକୁ ଦାବି

0 97

ଖପ୍ରାଖୋଲ : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ହରିଶଙ୍କର କଲେଜ ରାସ୍ତା ବର୍ଷା ଦିନେ କାଦୁଆ ପଚପଚ ହେଉଥିବାରୁ ଛାତ୍ରଛାତ୍ରୀ ଓ ଜନ ସାଧାରଣ ଯାତାୟତରେ ନାହିଁ ନଥିବାର ଅସୁବିଧା ଭୋଗୁଥିବା ଅଭିଯୋଗ ହେଉଛି । ଉକ୍ତ ରାସ୍ତା ଉପରେ ଦୈନନ୍ଦିନ ଶତାଧିକ ଛାତ୍ରଛାତ୍ରୀ ଓ ଜନସାଧାରଣ ଯାତୟତ କରୁଥିବା ବେଳେ ରାସ୍ତାଟି ଖାଲ ଖମାରେ ଭର୍ତ୍ତି ହେବେ ସହ କାଦୁଆ ପଚ ପଚ ହୋଇଥିବାରୁ ଯିବା ଆସିବା ସମୟରେ ଛୋଟ ଛୋଟ ଦୁର୍ଘଟଣାମାନ ହେଉଅଛି । ଫଳରେ ସ୍ଥାନୀୟ ଲୋକେ “”ବର୍ଷା ଦିନେ ହରିଶଙ୍କର କଲେଜ କେ ଜଲଦି ଜଲଦି ପଢ଼ି ଚାଲ, ୧୦୦ ମିଟରରେ କାଦୋ ପଚ ପଚ ଦସଟା ଖାଲ, ହିଟି ହାବିଡି ପଡଲେ ପାଠ, ପଢା ଛାଡ଼ି ଘର୍କେ ଚାଲ” ବୋଲି କହୁଥିବା ଚର୍ଚ୍ଚା ହେଉଛି । ଏହି ରାସ୍ତା ଉପରେ ଦୀର୍ଘ ୨୫ ବର୍ଷ ହେବ ହରିଶଙ୍କର କଲେଜର ଛାତ୍ରଛାତ୍ରୀ ଓ ଜନ ସାଧାରଣ ଯାତାୟତ କରି ଆସୁଛନ୍ତି । ହେଲେ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଦୀର୍ଘ ବର୍ଷ ହେବ ଦାବି କରୁଥିଲେ ମଧ୍ୟ ପ୍ରଶାସନର ଅବହେଳା ପାଇଁ ୪୦୦ ମିଟର ରାସ୍ତା କଂକ୍ରିଟ କରଣ ହୋଇନଥିବାରୁ ଖାଲ ଖମାରେ ଭର୍ତ୍ତି ହୋଇ ବର୍ଷା ଦିନେ କାଦୁଆ ପଚପଚ ହେଉଅଛି । ଏନେଇ ବ୍ଲକ ପ୍ରଶାସନ ଧ୍ୟାନ ଦେଇ ରାସ୍ତାକୁ କଂକ୍ରିଟ ରାସ୍ତା ନିର୍ମାଣ କରିବା ପାଇଁ ଖପ୍ରାଖୋଲ ଗ୍ରାମବାସୀମାନେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

nineteen + seventeen =