ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କନଫେରାନ୍ସ ହଲଠାରେ ଶିଶୁ ସୁରକ୍ଷା ସେବା ପ୍ରଦାନକାରୀମାନଙ୍କ ପାଇଁ ମନୋ ସାମାଜିକ ସହାୟତା ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଅଳକା ସାହୁ ସିଡବ୍ଲୁସି ଚେୟାରପରସନ, ଇ. ଆପା ରାଓ ପ୍ରଭାର ନିର୍ଦ୍ଦେସକ, ଶୀତଲ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ । ଅଙ୍ଗନବାଡି କର୍ମୀ, ଏନଜିଓ, ଚାଇଲଡ଼ ଲାଇନ, ପିଆରଆଇ ମେମ୍ବର, ଡି.ସି.ପି.ୟୁ ଟିମ, ସିଡବ୍ଲୁସିମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ହେଲା କୋଭିଡ ସମୟରେ ବାପା ମାଆ ହରାଇଥିବା ପିଲାମାନଙ୍କର ଯେଉଁ ମାନସିକ ସ୍ଥିତି ଦୁର୍ବଳ ଓ ଭୟଭୀତ ହୋଇଯାଇଛି, ସେମାନଙ୍କର ମାନସିକ ସ୍ଥିତିକୁ ସୁଧାର ଆଣିବା ସହ କିପରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଅଣାଯିବ ତା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି । ଏହି କର୍ମଶାଳା ECUC, UNICEF, OSCPCR (OSPS) ଦ୍ୱାରା ଅନୁଷ୍ଠିତ ହୋଇ ଥିବା ବେଳେ ପ୍ରଭା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏହାକୁ ସହଯୋଗ କରିଛନ୍ତି ।