ଗନ୍ଧରାଢୀ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ରକ୍ଷକ କାର୍ଯ୍ୟକ୍ରମ:ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ବଞ୍ଚାଅ

0 149

ଜହ୍ନାପଙ୍କ: ବୌଦ୍ଧ ବ୍ଳକ ଅନ୍ତର୍ଗତ ଗନ୍ଧରାଢୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୌଦ୍ଧ ଆରଟିଓ ପକ୍ଷରୁ ରକ୍ଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଭାତ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଏମ୍‌ଭିଆଇ ଶିଶିର କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ରେଡ଼କ୍ରସ ସମ୍ପାଦକ ପ୍ରବୀର କୁମାର ଦାସ, ଜହ୍ନାପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡ଼ଃ ରମାକାନ୍ତ ନନ୍ଦ, ମାଷ୍ଟର ଟ୍ରେନର ଭାବେ ଅଧ୍ୟାପକ ଅଶୋକ କୁମାର ପାଣ୍ଡିଆ, ମାନସ ରଞ୍ଜନ ଧଳ ଉପସ୍ଥିତ ଥିଲେ । ଶ୍ରୀ ଧଳ ରକ୍ଷକ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଏବଂ ଦୁର୍ଘଟଣା ଘଟିଥିବା କାରଣ ଓ ତାହାର ନିରାକାରଣ ସମ୍ପର୍କରେ ଅବଗତ କରାଇଥିଲେ । କୌଣସି ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ପୁଲିସର ଭୟ ନକରି ଆହତଙ୍କୁ ତୁରନ୍ତ ମେଡ଼ିକାଲ ପହଞ୍ଚାଇବା ବ୍ୟବସ୍ଥା କରି ଜୀବନ ବଞ୍ଚାଇବାକୁ ଶ୍ରୀ ସାହୁ କହିଥିଲେ । ରକ୍ଷକଙ୍କୁ ସରକାରଙ୍କ ତରଫରୁ ପୁରସ୍କୃତ କରାଯାଉଥିବା ଓ ଆହତଙ୍କୁ ମଧ୍ୟ ସହାୟତା ରାଶିର ବ୍ୟବସ୍ଥା ଥିବା ସମ୍ପର୍କରେ ସୂଚନା ଦେଇଥିଲେ । ଶ୍ରୀ ଦାସ ଓ ପାଣ୍ଡିଆ ପ୍ରୋଜେକ୍ଟର ମାଧ୍ୟମରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ କିପରି ସୁରକ୍ଷିତ ଭାବେ ମେଡ଼ିକାଲ ପହଞ୍ଚାଇବା ଡେମୋ ମାଧ୍ୟମରେ ବିଭିନ୍ନ କୌଶଳ ବତାଇଥିଲେ । ଏହି ଶିବିରରେ ଆଖ ପାଖ ଅଞ୍ଚଳର ବିଭିନ୍ନ ବର୍ଗର ପ୍ରାୟ ୬୦ ଜଣ ଯୁବକ ଅଂଶ ଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

4 × 4 =