ଅହିଂସା ରଥକୁ ବାଲିଗୁଡା ସହରରେ ଭବ୍ୟ ସମ୍ବର୍ଦ୍ଧନା

0 260

ବାଲିଗୁଡ଼ା: ରାଜ୍ୟ ପାଳୁଛି “ଆଜାଦୀ କା ଅମୃତ୍‌ ମହୋତ୍ସବ” । ଏହି ଅବସରରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱାଧୀନତାର ମହାନ ଗାଥା ଓ ଅହିଂସାର ବାର୍ତ୍ତା ନେଇ ସାରା ରାଜ୍ୟରେ ପରିକ୍ରମା କରୁଛି ସଚେତନତା ରଥ । ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଏହି ରଥ ପହଞ୍ଚିବା ପରେ ବାଲିଗୁଡା ବ୍ଳକ୍‌ ପ୍ରଶାସନ, ପୋଲିସ୍‌ ପ୍ରଶାସନ,ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ,ଉପଖଣ୍ଡ କଳାକାର ସଙ୍ଘ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବାଲିଗୁଡା ଜନସାଧାରଣଙ୍କ ପକ୍ଷରୁ ସ୍ଥାନୀୟ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ନିକଟରେ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା । ବାଲିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶାଙ୍କ ପାତ୍ର,ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର, ଥାନା ଅଧିକାରୀ ବାବାଶଙ୍କର ସରାଫ୍‌, ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଉପାଧ୍ୟକ୍ଷା ଶାନ୍ତିଲତା ନାୟକ, ବିଧାୟକ ପ୍ରତିନିଧି ଅବନୀ ନାୟକଙ୍କ ସମେତ କଳାକାର ସଙ୍ଘର ସଦସ୍ୟ ଓ ଅଞ୍ଚଳ ବାସୀ ଉପସ୍ଥିତ ରହି ରଥକୁ ପୂଜା ଅର୍ଚ୍ଚନା କରି ସ୍ୱାଗତ କରିଥିଲେ ।

hiring

ଏହାପରେ ବାଲିଗୁଡା ମିନି ଷ୍ଟାଡିୟମ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ସ୍ଥାନୀୟ ସଭାଗୃହ ଠାରେ ପହଁଚିଥିଲା ଏହି ରଥ । ସନ୍ଧ୍ୟା ସମୟରେ ସଭାଗୃହ ଠାରେ ଏକ ସଭାର ଆୟୋଜନ ହୋଇଥିଲା । ଏଥିରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏବଂ ଜନ ପ୍ରତିନିଧିମାନେ ଦେଶ ସ୍ୱାଧିନତାରେ ସ୍ୱାଧୀନତା ସଂଗ୍ରାମୀଙ୍କ ବଳୀଦାନ ଏବଂ ଗାନ୍ଧୀଜୀଙ୍କ ଅହିଂସା ନୀତି ବିଷୟରେ ଆଲୋକପାତ କରିଥିଲେ । ଏଥିସହିତ ସ୍ଥାନୀୟ କଳାକାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ରଥ ଅଗଷ୍ଟ ୨୨ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ସାରା ଜିଲ୍ଲାରେ ପରିକ୍ରମା କରିବା ସହ ଏହିଭଳି ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଛନ୍ତି ବାଲିଗୁଡ଼ା ବିଡ଼ିଓ ଶଶାଙ୍କ ପାତ୍ର ।

hiranchal ad1
Leave A Reply

Your email address will not be published.

5 × 3 =