ଜୟପୁର: ପଦ୍ମଶ୍ରୀ କମଳା ପୂଜାରୀଙ୍କୁ କଟକ ବଡ଼ ମେଡିକାଲ(ଏସ୍ସିବି)କୁ ସ୍ଥାନାନ୍ତର କରାଯାଇଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଦିଲୀପ ବିଶ୍ଵାଳ କହିଛନ୍ତି।ସେ କହିଛନ୍ତି, କମଳା ପୂଜାରୀଙ୍କୁ ଝାଡ଼ା ଓ ଜ୍ୱର ହେଉଥିଲା। ଚିକିତ୍ସା ପରେ ତାଙ୍କର ଝାଡ଼ା ଓ ଜ୍ୱର କମିଯାଇଛି। ତାଙ୍କର ରକ୍ତ ଓ ପରିଶ୍ରା ପରୀକ୍ଷା କରିବା ପରେ ୟୁରିଆ ଓ କ୍ରେଟିନ୍ ଅଧିକ ଆସିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅବସ୍ଥା ଭଲ ଅଛି।