ଏକାବେଳକେ ମଙ୍କିପକ୍ସ, କରୋନା ଓ ଏଚଆଇଭିରେ ସଂକ୍ରମିତ ହେଲେ ଜଣେ ବ୍ୟକ୍ତି

0 72

ରୋମ: ଜଣେ ବ୍ୟକ୍ତି ଏକାବେଳକେ ମଙ୍କିପକ୍ସ,କରୋନା ଓ ଏଚଆଇଭିରେ ସଂକ୍ରମିତ ହୋଇଛନ୍ତି । ତାଙ୍କର ୩ଟି ଯାକ ଭାଇରସର ଟେଷ୍ଟ ପଜିଟିଭ ଆସିଛି । ଇଟାଲୀର ଜଣେ ୩୬ ବର୍ଷୀୟ ବ୍ୟକ୍ତିଙ୍କ ସହ ଏପରି ଘଟଣା ଘଟିଛି । ମେଡିକାଲ ଇତିହାସରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଚି । ବ୍ୟକ୍ତି ଜଣଙ୍କ ନିକଟରେ ୫ ଦିନିଆ ସ୍ପେନ ଟୁର୍‌ରେ ଯାଇଥିଲେ । ସେଠାରୁ ଇଟାଲୀ ଆସିବାର ୯ ଦିନ ପରେ ସେ ଜ୍ୱର, ଗଳା ଦରଜ, ଘୋଳାବିନ୍ଧା, ମୁଣ୍ଡବିନ୍ଧା ଭଳି ସମସ୍ୟାରେ ପଡିଥିଲେ । ଲକ୍ଷଣ ଦେଖାଯିବାର ୩ ଦିନ ପରେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । ଏହାର ଚିକିତ୍ସା ଚାଲିଥିବା ବେଳେ ତାଙ୍କ ମୁହଁ ଓ ଶରୀରର ବିଭିନ୍ନ ସ୍ଥାନରେ ଆଲର୍ଜି ଭଳି ଫଳି ଯାଇଥିଲା । ସେହିପରି ତାଙ୍କ ଶରୀରରେ ବଡବଡ ଫୋଟକା ସବୁ ଦେଖାଯାଇଥିଲା । ସ୍ଥିତି ବିଗିଡିବାରୁ ସେ ହସ୍ପିଟାଲର ଜରୁରିକାଳୀନ ବିଭାଗକୁ ଯାଇଥିଲେ । ପ୍ରାଥମିକ ଚିକତ୍ସା ପରେ ତାଙ୍କୁ ସଂକ୍ରମିତ ରୋଗ ପାଇଁ ଉର୍‌ଦ୍ଦିଷ୍ଟ ବେଡ୍‌?ରେ ଆଡମିଟ କରାଯାଇଥିଲା । ସେଠାରେ ତାଙ୍କର ମଙ୍କିପକ୍ସ ଟେଷ୍ଟ କରାଯାଇଥିଲା । ଏହା ପଜିଟିଭ ଆସିଥିଲା । ଏହାର ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଏଚଆଇଭି ପରୀକ୍ଷା ମଧ୍ୟ କରାଯାଇଥିଲା । ଏହି ଟେଷ୍ଟ ରିପୋର୍ଟ ବି ପଜିଟିଭ ଆସିଥିଲା । ସେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କ ନମୁନାର ଜେନୋମ ସିକ୍‌ୱେନ୍ସିଂ କରାଯାଇଥିଲା । ବ୍ୟକ୍ତି ଜଣଙ୍କ ଫାଇଜର ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିଲେ ।

hiranchal ad1
Leave A Reply

Your email address will not be published.

twenty − 2 =