ସୁବର୍ଣ୍ଣପୁର ଜିଲ୍ଲାରେ ଶୁଭାରମ୍ଭ ହେଲା କ୍ରୀଡା ସପ୍ତାହ :ପାୱାର ଲିଫଟିଙ୍ଗ ଇଭେଣ୍ଟରୁ ଶୁଭାରମ୍ଭ କଲେ ଜିଲ୍ଲାପାଳ

0 355

ସୁବର୍ଣ୍ଣପୁର: ଜାତୀୟ କ୍ରୀଡା ଦିବସ ପରିପ୍ରେକ୍ଷୀରେ ଜିଲ୍ଳା ପ୍ରଶାସନ ତରଫରୁ ଅଗଷ୍ଟ ତା. ୨୫ ରୁ ତା ୩୦ ପର୍ଯ୍ୟନ୍ତ ଜିଲ୍ଲାରେ ସପ୍ତାହ ବ୍ୟାପି ବହୁମୁଖୀ କ୍ରୀଡା ଆୟୋଜନ ସହ କ୍ରୀଡା ସପ୍ତାହ ପାଳନ କରାଯାଉଛି । ଆଜି ଅପରାହ୍ନରେ କ୍ରୀଡା ସପ୍ତାହର ଶୁଭାରମ୍ଭ ପାୱାର ଲିଫଟିଙ୍ଗ ଇଭେଣ୍ଟରୁ ଆରମ୍ଭ ହୋଇଥିବା ବେଳେ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଓକ୍ସି ଜିମ ପଟାଭାଡି ଠାରେ ପାୱାର ଲିଫଟିଙ୍ଗ କରି କ୍ରୀଡା ସପ୍ତାହର ଶୁଭାରମ୍ଭ କରିଛନ୍ତି । ଏହି କ୍ରୀଡା ସପ୍ତାହ ଅବସରରେ ଜିଲ୍ଳା ପ୍ରଶାସନ ତରଫରୁ ବହୁମୁଖୀ କ୍ରୀଡା ଆୟୋଜନ କରାଯାଉଥିବା ବେଳେ ଆସନ୍ତା ୨୭ ତାରିଖରେ ଟ୍ରାକ ଓ ଫିଲଡ଼ ଇଭେଣ୍ଟ ସହ ଖୋକୋ, କବାଡି, ବେଡ଼ମିଣ୍ଟନ ପ୍ରଭୁତି ଅନୁଷ୍ଠିତ ହେବ । ୨୮ ତାରିଖରେ ପୁନଶ୍ଚ ବେଡ଼ମିଣ୍ଟନ ସହ ଚେସ, ବକ୍ସିଂ, ସ୍ୱିମିଙ୍ଗ ଏବଂ ୨୯ତାରିଖରେରେ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଅନୁଷ୍ଠିତ ପାୱାର ଲିଫଟିଙ୍ଗ ଇଭେଣ୍ଟର ମହିଳା ବର୍ଗରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ନରୱଣେ, ଉପଜିଲ୍ଲାପାଳ ସୋନପୁର ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ସହ ୨୦ ପ୍ରତିଭାଗୀ ଓ ପୁରୁଷ ବର୍ଗରେ କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ, ବାଲ୍ୟ ବିବାହ ପରାମର୍ଶ ଦାତା ରାକେଶ ପ୍ରଧାନ ସହ ୩୦ ପୁରୁଷ ପ୍ରତିଭାଗୀ ଅଂଶଗ୍ରହଣ କରିଥିଲେ । ଆଜିର ଏହି ଉଦଘାଟନୀ ତଥା କ୍ରୀଡା ସପ୍ତାହର ଶୁଭାରମ୍ଭ ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ନିଶି ପୁନମ ମିଞ୍ଜ, ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ, ଉପଜିଲ୍ଲାପାଳ ବୀର ମହାରାଜପୁର ଅଶୋକ ଭୋଇ, ତହସିଲଦାର ନବୀନ କିଶୋର ପାଢ଼ୀ, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପାୱାର ଲିଫ୍ଟର ଉଦ୍ଧବ ମେହେର, ମାମି ମେହେର, ପ୍ରସାଦ ଭବାନୀ ଶଙ୍କର ସାହୁ, ପୃଥ୍ୱୀରାଜ ମଲ୍ଲିକ, ଅନୀଲ ନାଏକ ପ୍ରମୁଖ ପାୱାର ଲିଫଟିଙ୍ଗ ଇଭେଣ୍ଟର ପରିଚାଳନା କରିଥିବା ବେଳେ ଜିମର ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

two × 3 =