ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଭାଗ ଆଉଟଡୋର କ୍ୱଚିତ ଖୋଲା ଯାଉଥିବା ଅଭିଯୋଗ

0 111

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସମେତ ବୌଦ୍ଧ ଓ ଦଶପଲ୍ଲାର ଜନ ସାଧାରଣ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭରଶୀଳ । କିନ୍ତୁ ଜିଲ୍ଲାରେ ମାତ୍ର ଜଣେ ଭେଷଜ ଡାକ୍ତର ଥିବାରୁ ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଭାଗ ଆଉଟଡୋର କ୍ୱଚିତ ଖୋଲା ଯାଉଥିବା ଅଭିଯୋଗ ହେଉଛି । ଯାହା ଫଳରେ ରୋଗୀ ସେବା ବ୍ୟାଘାତ ହେଉଛି । ଏ ସମ୍ପର୍କରେ ମିଳିତ ନାଗରିକ କମିଟି ପକ୍ଷରୁ ସିଡିଏମଓଙ୍କ ସହ ଆଲୋଚନା କରାଯାଇ ବିକଳ୍ପ ବ୍ୟବସ୍ଥା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି । ଯେଉଁ ମାନେ ଅଛନ୍ତି ସେଥିରୁ ଅଧିକାଂଶ ସଠିକ ସେବା ଦେଉନଥିବା ଜଣାଯାଏ । ତୁରନ୍ତ ଭେଷଜ ବିଭାଗ ଡାକ୍ତର ନିଯୁକ୍ତି ନ ହେଲେ ଲୋକମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ । ଦୁଇ ଜଣ ଅଲଟ୍ରାସାଉଣ୍ଡ ଡାକ୍ତର ତାଲିମ ନେଇ ଫେରୁଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ଆରମ୍ଭ ହେବ ବୋଲି ଆଶା । ଜିଲ୍ଲାରେ ଡାକ୍ତରଖାନା ମାତ୍ର ତିନି ଘଣ୍ଟା ଖୋଲାଯାଉଛି । ଏହା ଏକ ପଛୁଆ ଜିଲା ହୋଇଥିବାରୁ ଗୁଣାତ୍ମକ ସେବା ଲୋକମାନେ ଆଶା କରନ୍ତି । କେତେକ କ୍ଷେତ୍ରରେ ଅଣ୍ଡର ରିପୋଟିଂ ହେଉଥିବାରୁ ଜିଲ୍ଲା ପାଇଁ କ୍ଷତିକାରକ । ଡ୍ୟୁଟି ସମୟରେ କ୍ଳିନିକ ଯାଉଥିବାରୁ ଗରିବ ଲୋକମାନେ ଅଯଥା ଅର୍ଥ ବ୍ୟୟ ପାଇଁ ବାଧ୍ୟ ହେଉଛନ୍ତି । ସ୍ତ୍ରୀ ଓ ପ୍ରସୂତୀ ବିଭାଗ, ସମେତ ଆମ୍ବୁଲାନ୍ସ ଇତ୍ୟାଦିରେ ବେଆଇନ ଅର୍ଥ ଆଦାୟ ହେଉଥିବା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଗୋଚର କରାଗଲା । ଗ୍ରାମାଞ୍ଚଳରେ ଡାକ୍ତର ମାନଙ୍କ ମଧ୍ୟରୁ ଅନେକ ଅଳ୍ପଦିନ ଛୁଟି ନେଇ ଦୀର୍ଘ ଦିନ କାର୍ଯ୍ୟରେ ଅନୁପସ୍ଥିତ ରହୁଥିବାରୁ ଜନସାଧାରଣ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଥିବା ବଡ ଦୁର୍ଭାଗ୍ୟର ବିଷୟ । ମିଳିତ ନାଗରିକ କମିଟିର ସଭାପତି ଡ଼ଃ ଅରୂପ ଜେନାଙ୍କ ସହ ନବୀନ କିଶୋର ପଣ୍ଡା, ପ୍ରଣବ ମଣ୍ଡଳ,ରାଜ କିଶୋର ପାଢୀ, ବନ ବିହାରୀ ନନ୍ଦ ପ୍ରମୁଖ ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ।

hiranchal ad1
Leave A Reply

Your email address will not be published.

five + ten =