ଡେଙ୍ଗୁ ନିରାକରଣ ସଚେତନ କାର୍ଯ୍ୟକ୍ରମ

0 153

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଅଧୀନସ୍ଥ ସାନମସିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହରେ ଆୟୋଜନ କରାଯାଇଥିଲା । ଏହି ସଚେତନ କାର୍ଯ୍ୟକ୍ରମ ବ୍ଲକ ସ୍ତର ସହ ସାନମସିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ୪ଟି ସେକ୍ଟରରେ ମଧ୍ୟ ପାଳନ କରାଯାଇଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୋଜିତ ସଭାରେ ଡେଙ୍ଗୁର କୁପ୍ରଭାବ ଏଡ଼ାଇବା ସହ ଏ ନେଇ ଲୋକ ମାନଙ୍କୁ କିଭଳି ସଚେତନ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସଚେତନ କାର୍ଯ୍ୟକ୍ରମରେ ନବରଙ୍ଗପୁର ବ୍ଲକ ତହସିଲଦାର ରବୀନ୍ଦ୍ର ରାଉତ, ଗୋଷ୍ଠୀଉନ୍ନୟନ ଅଧିକାରୀ ସୁକାନ୍ତ ପଟ୍ଟନାୟକ, ସିଡିପିଓ ଶ୍ରୀମତୀ କାଞ୍ଚନ ପଣ୍ଡା,ଗୋଷ୍ଠୀ ସମ୍ପ୍ରସାରଣ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ସେଠୀ, ଭାରପ୍ରାପ୍ତ ଏବିଇଓ ତଥା ବି.ଆର.ସି.ସି ଶ୍ରୀ ଜଗବନ୍ଧୁ ସୌରା, ସି.ଆର.ସି.ସି ବଡ଼ ମସିଗାଁ ବାଲାଜୀ ସାହୁ, ଡ଼ଃ ନମିତା ମହାନ୍ତି, ସାନମସିଗାଁ ସରପଞ୍ଚ ଶ୍ରୀମତୀ ପୁଷ୍ପଲତା ମାଝୀ,ସାନମସିଗାଁ ପ୍ରଧାନ ଶିକ୍ଷକ ଶ୍ରୀ କୃଷ୍ଣ ନାୟକ, ସାନମସିଗାଁ ଅଞ୍ଚଳ ର ଲୋକ ପ୍ରତିନିଧିଗଣ ତଥା ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ ସାନମସିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ପ୍ରଭାକର ଦାଶ ଏବଂ ଭିବିଡିଟିଏସ ଆଦିତ୍ୟ ବିକ୍ରମ ତ୍ରିପାଠୀ ଡେଙ୍ଗୁ ସମ୍ବନ୍ଧୀୟ ସଚେତନ ବାର୍ତ୍ତା ଦେବା ସହ ଡେଙ୍ଗୁର ଲକ୍ଷଣ (ଜ୍ୱର ସହ ଭୀଷଣ ହାଡ଼ ଗଣ୍ଠି ବିନ୍ଧା ,ବାନ୍ତି ହେବା ,ମୁଣ୍ଡ ବିନ୍ଧା, ଆଖି କରୋଡ ଦରଜ ହେବା, ଦେହରେ ଲାଲ ଲାଲ ଦାଗ ଇତ୍ୟାଦି) ଓ ନିରାକରଣ ବିଷୟରେ ଅଞ୍ଚଳବାସୀ,ଜନପ୍ରତିନିଧି ମାନଙ୍କୁ ଅବଗତ କରାଇଥିଲେ । ଡେଙ୍ଗୁ ସମ୍ବନ୍ଧୀୟ ଏକ ସଚେତନ ବାର୍ତ୍ତା ଭିଡିଓ ସୋ’ ମାଧ୍ୟମରେ ପରିବେଷଣ କରାଯାଇଥିଲା । ସମସ୍ତ ଶିକ୍ଷାନୁଷ୍ଠାନର ପରିବେଶ ନିର୍ମଳ ରଖିବା ସହ ବିଦ୍ୟାଳୟ ଅନ୍ତେବାସୀ ମାନେ କିପରି ମଶାରୀ ର ସଠିକ ବ୍ୟବହାର କରିବେ ତାହା ଉପରେ ଜଗବନ୍ଧୁ ସୌରା ଆଲୋକପାତ କରିଥିଲେ । ଗୋଷ୍ଠୀଉନ୍ନୟନ ଅଧିକାରୀ ସୁକାନ୍ତ ପଟ୍ଟନାୟକ ଆମ ପଡୋଶୀ ଜିଲ୍ଲା ଗୁଡିକରେ ଡେଙ୍ଗୁର ପାଦୁର୍ଭାବ ବୃଦ୍ଧି ସହ ରୋଗର ଲକ୍ଷଣ, ଭୟାଭହତା ସମ୍ପର୍କରେ ଅବଗତ କରାଇବା ସହ ବେଳ ଥାଉ ସତର୍କ ରହିବାର ପନ୍ଥା ଉପରେ ବୁଝାଇଥିଲେ । ଡେଙ୍ଗୁ ପୀଡିତଙ୍କ କ୍ଷେତ୍ରରେ ରକ୍ତର ପ୍ଲେଟଲେଟ କମିଯିବା, ରକ୍ତସ୍ରାବ ହୋଇ ରକ୍ତହୀନତା ହେବା ପରିପ୍ରେକ୍ଷୀରେ “ରକ୍ତ ଓ ସମ୍ପର୍କ”ର ବିକଳ୍ପ ନଥିବା ଦିଗରେ ଆଲୋକପାତ କରିଥିଲେ । ନିୟମିତ ଔଷଧ ବୁଡ଼ା ମଶାରୀର ସଠିକ ବ୍ୟବହାର, ପରିବେଶ ନିର୍ମଳ ତତ ସହ ରୋଗ ଲକ୍ଷଣ ଦେଖିବାକ୍ଷଣି ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ରକ୍ତପରୀକ୍ଷା କରେଇ ସେଠାରେ ଚିକିତ୍ସା କରିବା ଲାଗି କହିଥିଲେ । ମିଶନଶକ୍ତି ,ଅଙ୍ଗନବାଡି କର୍ମୀ ତଥା ଗ୍ରାମ କଲ୍ୟାଣ ସମିତି ବୈଠକ ମାଧ୍ୟମରେ ଗ୍ରାମ ର ପ୍ରତ୍ୟେକ ଘରେ ସମସ୍ତେ କିପରି ନିୟମତ ଔଷଧ ବୁଡ଼ା ମଶାରୀ ଟାଙ୍ଗି ଶୋଇବେ,ପରିବେଶ ସଫା ରଖିବେ ତାହା ଉପରେ ଶ୍ରୀମତୀ କାଞ୍ଚନ ପଣ୍ଡା ଆଲୋକପାତ କରିଥିଲେ । ଆବାସିକ ବିଦ୍ୟାଳୟ ଅନ୍ତେବାସୀମାନେ କିପରି ନିୟମିତ ଔଷଧ ବୁଡ଼ା ମଶାରୀର ସଠିକ ବ୍ୟବହାର କରିବେ ଓ ତାହାର ତଦାରଖ କରିବା ଦିଗରେ ଗୋବିନ୍ଦ ଚନ୍ଦ୍ର ସେଠୀ ଆଲୋଚନା କରିଥିଲେ । ପାଣି ଜମା ସ୍ଥାନ ଗୁଡିକରୁ ପାଣି ନିଷ୍କାସନ କରିଦେବା, ଖାଲଖମା ଓ ଅବ୍ୟବହୃତ ପାତ୍ର ସାମଗ୍ରୀ, ଭଙ୍ଗା ମାଠିଆ, କୁଣ୍ଡ , ପ୍ଲାଷ୍ଟିକ ଜିନିଷ, ବ୍ୟବହୃତ ଚା କପ ଇତ୍ୟାଦି କୁ ଗାତ କରି ପୋତିବା ଲାଗି, ପାଣି କୁଣ୍ଡ, ପାତ୍ର ୨ରୁ ୩ ଦିନ ବ୍ୟବଧାନରେ ପାଣି ବଦଳାଇ ସଫା ରଖିବା ଓ ତା ସହ ନିୟମତ ଔଷଧ ବୁଡ଼ା ମଶାରୀ ଟାଙ୍ଗି ଶୋଇବା ଲାଗି ରବୀନ୍ଦ୍ର ରାଉତ ଅଞ୍ଚଳବାସୀ,ଜନପ୍ରତିନିଧିମାନଙ୍କୁ ବୁଝାଇଥିଲେ ।
ସଚେତନ କାର୍ଯ୍ୟକ୍ରମକୁ ବିପିଏମ ଶୁଭରଞ୍ଜନ ପଟ୍ଟନାୟକ ସଭା ପରିଚାଳନା କରିଥିବା ବେଳେ ପିଏଚଇଓ ଆଶୁତୋଷ ପାଢ଼ୀ, ଆଦିତ୍ୟ ବିକ୍ରମ ତ୍ରିପାଠୀ ଭିବିଡିଟିଏସ, ହୃଷିକେଶ ସାହୁ, ଜିତେନ୍ଦ୍ର ବନିଆ, ମିହିର ତ୍ରିପାଠୀ,ଶ୍ରୀମତୀ କାବେରୀ ତ୍ରିପାଠୀ, କୃଷ୍ଣ ମେହେର, ଶ୍ରୀମତୀ ଗୀତାଞ୍ଜଳି ପଟ୍ଟନାୟକ, ଶ୍ରୀମତୀ ସୀତା କେଉଟ, ଶ୍ରୀମତୀ ରମ୍ଭା ମଲ୍ଲିକ, ଶ୍ରୀ ଗୁପ୍ତେଶ୍ୱର ସେନ, କମଳଲୋଚନ ତନ୍ତୀ, ସୁନୀଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

12 + three =