ଗୋଖାଦ୍ୟ ପ୍ରସ୍ତୁତ ତାଲିମ ଶିବିର

0 88

ଖପ୍ରାଖୋଲ : ସ୍ଥାନୀୟ ବ୍ଲକ୍‌ ପ୍ରାଣୀ ସମ୍ପଦ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟ ପରିସରର କୃଷିଜାତ ଫସଲର ଅବଶେଷ ପୃଷ୍ଟିସାର ଗୋଖାଦ୍ୟ ପ୍ରସ୍ତୁତ ତାଲିମ ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍‌ ପ୍ରାଣୀ ସମ୍ପଦ ଅଧିକାରୀ ଡ଼ା ସୁଜିତ କୁମାର ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତାଲିମ ଶିବିରରେ ତାଲିମଦାତା ରୂପେ ଜେ.ଏଫ.ବି.ଓ ସୁଜିତ କୁମାର ବାରିକ ଯୋଗ ଦେଇ ଫସଲର ଅବଶେଷକୁ କିଭଳି ପୁଷ୍ଟିକର ଗୋ ଖାଦ୍ୟ କରାଯାଇ ପାରିବ, ତାର ସଂରକ୍ଷଣ ଉପରେ ତାଲିମ ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରାଣୀ ସମ୍ପଦ ବିଭାଗର ସତ୍ୟାନନ୍ଦ ଭୋଇ, ସମରେଶ ଭୋଇ ଓ ୱାଇ.ସି.ଡି.ଏ ଫକୀର ସାହୁ, ସଦାନନ୍ଦ ବାଗ, ଭୋଜରାଜ ବରିହା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ମିଲେଟ ମିଶନର ୨୦ଜଣ ମହିଳା ମାଣ୍ଡିଆ ଚାଷୀଙ୍କୁ ତାଲିମ ଦେଇ ଗୋ ଖାଦ୍ୟ ପୃଷ୍ଟି ସାର ପ୍ରସ୍ତୁତ ସାମଗ୍ରୀ ୟୁରିଆ, ଲୁଣ,ଗୁଡ଼, ମକା ଗୁଣ୍ଡ, କୀଟ ପ୍ରଦାନ କରାଯାଇଥିଲା । ଶେଷରେ ପୁରନ୍ଦର ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × four =