ମାଗଣା ଚକ୍ଷୁ ଚିକିତ୍ସା ଶିବିର

0 235

ଦଶପଲ୍ଲା :ଦଶପଲ୍ଲା ବ୍ଲକର ସାତପାଟଣା ସରକାରୀ ହାଇସ୍କୁଲ ପ୍ରାଂଗଣରେ ପଦ୍ମଚରଣ ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀପ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରର ଉଦଘାଟନ ଉତ୍ସବରେ ପରିବେଶବିତ୍‌ ପ୍ରଶନ୍ନ କୁମାର ପଣ୍ଡା, ବରିଷ୍ଠ ନାଗରିକ ମଂଚର ସଭାପତି ପ୍ରାଣକୃଷ୍ଣ ବେହେରା, ସମାଜିକ କର୍ମୀ ରବି ନାରାୟଣ ସେଠୀ, ମନୋରଂଜନ ମିଶ୍ର ଏବଂ ହାଇସ୍କୁଲ ପ୍ରଧାନ ଶିକ୍ଷକ ରଘୁନାଥ ସାହୁ ପ୍ରମୁଖ ଯୋଗ ଦାନ କରିଥିଲେ । ଉକ୍ତ ଶିବିରରେ ୭୯ ଜଣଙ୍କ ଆଖି ପରୀକ୍ଷା କରାଯାଇ ଥିଲା । ସେଥି ମଧ୍ୟରୁ ୧୯ ଜଣଙ୍କ ଆଖି ଅପରେସନ କରିବା ପାଇଁ କଟକ ନିଆଯିବ । ଏଥରେ କେ ପି ଏମ୍‌ ରୋଟାରୀ କ୍ଲବ କଟକ ଚକ୍ଷୁ ଚିକିତ୍ସାଳୟ ଓ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଡାକ୍ତର ଏବଂ ଡାକ୍ତରୀ ଛାତ୍ରଛାତ୍ରୀମାନେ ଯୋଗଦାନ କରି ଏହି ପରୀକ୍ଷା କରିଥିଲେ । ପର୍ଯ୍ୟାୟ କ୍ରମେ ଏହି ଚକ୍ଷୁ ଚିକିତ୍ସା ଶିବିର ଚାଲିଛି ଏବଂ ଚାଲିବ, ଜନ ସାଧାରଣ ଏହାର ସୁବିଧା ନେବା ପାଇଁ ଆୟୋଜକ ଦିଲ୍ଲୀପ ମିଶ୍ର ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

8 − 7 =