ଘୁ ଉଦୟଗିରି ଆଦର୍ଶ ଥାନାରେ ନୂତନ ଅଧିକାରୀ ଭାବେ ଅଜୟ କୁମାର୍‌ ସ୍ୱାଇଁଙ୍କ ଯୋଗଦାନ

0 391

ଘୁ ଉଦୟଗିରି: ଆଦର୍ଶ ଥାନା ଘୁ.ଉଦୟଗିରିରେ କାର୍ଯ୍ୟରତ ଏସଆଇ ସ୍ୱାଗତିକା ବେହେରାଙ୍କ ଆତ୍ମହତ୍ୟା ପରେ ତାଙ୍କ ପରିବାର ଲୋକ ଧାରଣାରେ ଥାନା ସମ୍ମୁଖରେ ବସିଥିଲେ । ସକାଳ ୯ ଟା ଠାରୁ ସନ୍ଧ୍ୟା ୯ ପର୍ଯ୍ୟନ୍ତ ୧୨ ଘଣ୍ଟା ଧାରଣାରେ ବସିବା ପରେ ଅନେକ ଆଲୋଚନା ସ୍ଥାନୀୟ ତହସିଲଦାର, ଡିଏସପି, ଆରକ୍ଷୀ ଅଧିକ୍ଷକ ଓ ଏସଡିପିଓ ମୃତା ସ୍ୱାଗତିକା ବେହେରାଙ୍କ ପରିବାରକୁ ବୁଝେଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଦୀର୍ଘ ସମୟ ବର୍ଷାରେ ମଧ୍ୟ ବସି ଧାରଣା ଦେବା ପରେ ଆଇଆଇସିଙ୍କୁ ଏସପି ଭିନିତ୍‌ ଅଗ୍ରୱାଲ ଜିଲ୍ଲା ମୁଖ୍ୟାଳୟକୁ ବଦଳି ଆଦେଶ ଦେବାପରେ ସେମାନେ ଧାରଣାରୁ ଓହରି ଯାଇଥିଲେ । ସେମାନଙ୍କର ଦାବି ଥିଲା ଯେ ଆଇ ଆଇ ସି ରେବତୀ ଶବରଙ୍କୁ ଚାକିରିରୁ ବହିଷ୍କାର କର ଓ ଗିରଫ କର ବୋଲି କିନ୍ତୁ ଏସପି କହିଥିଲେ ସମସ୍ତ ନିରପେକ୍ଷ ଯାଞ୍ଚ ପରେ ଯଦି ସେ ଦୋଷୀ ପ୍ରମାଣିତ ହୁଅନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ସହିତ ଡିଏସପି ବିଏମ୍‌ ହର୍ପାଲଙ୍କୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି ଓ ଆଇଆଇସି ରେବତୀ ଶବରଙ୍କୁ ଫୁଲବାଣୀ ମୁଖ୍ୟ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରିଥିଲେ । ପରେ ଧାରଣାରୁ ପରିବାର ଲୋକ ଓହରି ଯାଇଥିଲେ ଏବଂ ଶବ ବ୍ୟବଚ୍ଛେଦ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ବିଳମ୍ବିତ ରାତ୍ରୀରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଶବ ବ୍ୟବଚ୍ଛେଦ ଗୃହରେ ଆଲୋକ ସୁବିଧା ନ ଥିବା ଯୋଗୁଁ ଜେନେରେଟର ବ୍ୟବସ୍ଥା କରି ଶବ ବ୍ୟବଚ୍ଛେଦ କରାଯାଇଥିଲା । ଶବ ବ୍ୟବଚ୍ଛେଦ ବିଳମ୍ବିତ ରାତ୍ରୀ ୨ଘଣ୍ଟିକା ପର୍ଯ୍ୟନ୍ତ ହୋଇଥିଲା ଏବଂ ପରେ ପରିବାରକୁ ଶବ ହସ୍ତାନ୍ତର କରାଯାଇଥିଲା ।
ଆଜି ଏସପିଙ୍କ ନିର୍ଦ୍ଦେଶ କ୍ରମେ ଟିକାବାଲି ଥାନା ଅଧିକାରୀ ଅଜୟ କୁମାର୍‌ ସ୍ୱାଇଁଙ୍କୁ ଘୁ. ଉଦୟଗିରି ଆଦର୍ଶ ଥାନା ଅଧିକାରୀ ଭାବରେ ଯୋଗ ଦେବା ପାଇଁ ଟିକାବାଲି ଥାନାରୁ ଘୁ.ଉଦୟଗିରୀ ଥାନାକୁ ବଦଳି କରାଯାଇଛି । ସେପଟେ କଲ୍ୟାଣୀମୟୀ ଷେଣ୍ଢଙ୍କୁ ଟିକାବାଲି ଥାନା ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି । ତେବେ ଆଜି ଘୁ ଉଦୟଗିରି ଥାନା ଅଧିକାରୀ ଭାବରେ ଅଜୟ କୁମାର୍‌ ସ୍ୱାଇଁ ଯୋଗ ଦେଇଥିବା ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

five × 5 =