ନୂଆଁଖାଇରେ ମିଳିବ କାଳିଆ ଟଙ୍କା

0 145

ଭୁବନେଶ୍ୱର : ଚାଷୀଙ୍କ ପାଇଁ ଖୁସିର ଖବର । ନୂଆଁଖାଇରେ ଚାଷୀଙ୍କୁ ମିଳିବ କାଳିଆ ସହାୟତା । କାଳିଆ ଯୋଜନାରେ ଉପକୃତ ହେବେ ୪୧ ଲକ୍ଷ ଚାଷୀ ।ଖବର ଅନୁଯାୟୀ, ରାଜ୍ୟରେ ଚାଷୀଙ୍କ ସହାୟତା ପାଇଁ ୨୦୧୯ରେ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କରିଥିଲେ । ବର୍ଷକୁ କିସ୍ତି ଆକାରରେ ଚାଷୀଙ୍କ ଆକାଉଣ୍ଟକୁ ଏହି ସହାୟତା ରାଶି ପଠାଇଥାନ୍ତି ରାଜ୍ୟ ସରକାର । ଚଳିତ ବର୍ଷରେ ଶେଷ କିସ୍ତି ଅକ୍ଷୟ ତୃତୀୟା ଦିନ ଚାଷୀଙ୍କ ଆକାଉଣ୍ଟକୁ ପଠାଇଥିଲେ ରାଜ୍ୟ ସରକାର । ଆଉ ଏବେ ନୂଆଁଖାଇ ପର୍ବ ଅବସରରେ ଚାଷୀଙ୍କୁ ପୁଣି ଥରେ ଭେଟି ଦେବାକୁ ଯାଉଛନ୍ତି ରାଜ୍ୟସରକାର । ପଶ୍ଚିମ ଓଡିଶାର ଏହି ଗଣପର୍ବ ଅବସରରେ ୪୧ ଲକ୍ଷ ଚାଷୀଙ୍କ ଖାତାକୁ ୮୬୭ କୋଟି କାଳିଆ ଟଙ୍କା ପଠାଇବେ ରାଜ୍ୟ ସରକାର ।

hiranchal ad1
Leave A Reply

Your email address will not be published.

5 × 2 =